ଓଡିଶା

odisha

ETV Bharat / city

ସମ୍ବର୍ଦ୍ଧିତ ହେଲେ ନୀଳମାଧବ, ସବ୍ୟସାଚୀ ଓ ଆଶୁତୋଷ - ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା

ଆୟୋଜିତ ଓଡିଶା ସିନେ ସମ୍ବର୍ଦ୍ଧନା ସଭା 2021ରେ ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକ । କନ୍ଧମାଳ ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ହୋଟେଲ ମେ’ ଫେୟାରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢନ୍ତୁ...

ସମ୍ବର୍ଦ୍ଧିତ ହେଲେ ନୀଳମାଧବ, ସବ୍ୟସାଚୀ ଓ ଆଶୁତୋଷ
ସମ୍ବର୍ଦ୍ଧିତ ହେଲେ ନୀଳମାଧବ, ସବ୍ୟସାଚୀ ଓ ଆଶୁତୋଷ

By

Published : Nov 8, 2021, 2:34 PM IST

ଭୁବନେଶ୍ବର: ଆୟୋଜିତ ଓଡିଶା ସିନେ ସମ୍ବର୍ଦ୍ଧନା ସଭା 2021ରେ ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକ । କନ୍ଧମାଳ ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି(ସୋମବାର) ହୋଟେଲ ମେ’ ଫେୟାରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ତିନିଜଣ ସେମାନଙ୍କ ଚଳଚ୍ଚିତ୍ର ‘ଶଲା ବୁଢାର ବଦଲା’, ‘କାଳିଆର ଅତୀତ’ ଏବଂ ‘ଶ୍ରୀକ୍ଷେତ୍ରର ସାହିଯାତ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ସମ୍ବର୍ଦ୍ଧିତ ହେଲେ ନୀଳମାଧବ, ସବ୍ୟସାଚୀ ଓ ଆଶୁତୋଷ

ନିକଟରେ ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡୁ ନୀଳମାଧବ ପଣ୍ଡା, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକଙ୍କୁ ପୁରସ୍କୃତ କରିଥିଲେ। ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଶଲା ବୁଢାର ବଦଲା, କାଳିଆର ଅତୀତ ଓ ଶ୍ରୀକ୍ଷେତ୍ରର ସାହିଯାତ ପୁ୍‍ରସ୍କୃତ ହୋଇଥିଲା। ଏହି ତିନିଜଣଙ୍କ ବ୍ୟତୀତ ଜୟଦେବ ପୁରସ୍କାର-୨୦୧୯ ପାଇଁ ମନୋନୀତ ହୋଇଥିବା ଘନଶ୍ୟାମ ମହାପାତ୍ରଙ୍କୁ ମଧ୍ୟ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଏହି କୃତୀ ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରି ସାମନ୍ତ କହିଥିଲେ ଯେ, ନୀଳମାଧବ ପଣ୍ଡା, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ଓଡିଶାକୁ ଗୌରବ ଆଣିଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଚଳଚ୍ଚିତ୍ର ହେଉଛି ଏକ କଳ୍ପନା। କିନ୍ତୁ ଯେତେବେଳେ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ନିର୍ମାଣ କରି ସେମାନଙ୍କ ସହ ଦର୍ଶକଙ୍କୁ କଳ୍ପନା କରିବାର ସୁଯୋଗ ସୃଷ୍ଟି କରାନ୍ତି, ସେତେବେଳେ ଚଳଚ୍ଚିତ୍ର କଳାରେ ପରଣିତ ହୋଇଥାଏ। କଳାର ଅନେକ ଆଲୋଚକ ରହିଛନ୍ତି। ସେମାନେ କଳାର ମହତ୍ବପୂର୍ଣ୍ଣ ମୂଲ୍ୟାୟନ କରିଥାନ୍ତି। ଫଳରେ ଚଳଚ୍ଚିତ୍ର ନିର୍ମାତା ଆଗକୁ ବଢ଼ିବା ପାଇଁ ଉପାଦେୟ ପରାମର୍ଶ ପାଇପାରନ୍ତି ବୋଲି ସାମନ୍ତ କହିଛନ୍ତି।

ଆମେ ସମସ୍ତେ ଏମାନଙ୍କୁ ପ୍ରଶଂସା କରିବା ଉଚିତ ଏବଂ କଳା ମାଧ୍ୟମରେ ସମଗ୍ର ବିଶ୍ବରେ ଓଡ଼ିଶାକୁ ପରିଚିତ କରାଇବାରେ ନିରବଛିନ୍ନ ପ୍ରୟାସ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇବା ଉଚିତ ବୋଲି ସେ କହିଥିଲେ। କାରଣ ଓଡ଼ିଶା ପରି ରାଜ୍ୟରେ ରହି ସାହସର ସହିତ ସଂଗ୍ରାମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବ ଆଣିଦେବା କିଛି କମ କଥା ନୁହେଁ ବୋଲି ଅଚ୍ୟୁତ ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details