ଓଡିଶା

odisha

ETV Bharat / city

ଝିଅର ଚିକିତ୍ସା ପାଇଁ ଲୋଡା ଆର୍ଥିକ ସହାୟତା, ହାତ ବଢାଇଲେ ଇନଫୋସିଟି ଥାନାଧିକାରିଣୀ - ଦୃଷ୍ଟିହୀନ ଦମ୍ପତି

ଦୃଷ୍ଟିହୀନ ଦମ୍ପତିଙ୍କର ଦୁଇ ବର୍ଷର କୁନି ଝିଅ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ଇନଫୋସିଟି ଥାନାଧିକାରିଣୀ ସସ୍ମିତା ମିଶ୍ର । ଅଧିକ ପଢନ୍ତୁ...

ସହାୟତା, ହାତ ବଢାଇଲେ ଇନଫୋସିଟି ଥାନାଧିକାରିଣr
ସହାୟତା, ହାତ ବଢାଇଲେ ଇନଫୋସିଟି ଥାନାଧିକାରିଣr

By

Published : Aug 24, 2021, 2:27 PM IST

ଭୁବନେଶ୍ବର: ଦଇବର ଲୀଳା ବଡ ବିଚିତ୍ର । ବାପାମାଆଙ୍କ ଆଖି ତ ଛଡାଇ ନେଇଥିଲା ଆଉ ଏବେ ପିଲାର ଆଖି ଉପରେ ବି ଦେଖାଦେଇଛି ସମସ୍ୟା । ଦୃଷ୍ଟିହୀନ ଦମ୍ପତିଙ୍କର ଦୁଇ ବର୍ଷର କୁନି ଝିଅ ଦୁନିଆ କଣ ଜାଣିବା ଆଗରୁ ତା ପାଇଁ ଦୁନିଆ ଅନ୍ଧାର ହେବାକୁ ବସିଛି । ଆମେ କହୁଛୁ ଭୁବନେଶ୍ବର ଭରତପୁର ଅଞ୍ଚଳରେ ରହୁଥିବା ଅଶୋକ ନାୟକଙ୍କ ଝିଅ ପୂଜା କଥା । ଯାହାର ଆଖି ଚିକିତ୍ସା ପାଇଁ ଆର୍ଥିକ ସହଯୋଗର ଆବଶ୍ୟକତା ରହିଛି । ଏନେଇ ସହଯୋଗର ହାତ ବଢାଇଛନ୍ତି ଇନଫୋସିଟି ଥାନାଧିକାରିଣୀ ସସ୍ମିତା ମିଶ୍ର ।

ଅଶୋକ ଜନ୍ମରୁ ଦୃଷ୍ଟିହୀନ । ପରିବାର କହିଲେ ତାଙ୍କର ଦୃଷ୍ଟିହୀନ ପତ୍ନୀ ଓ ୨ ବର୍ଷର ଝିଅ ପୂଜା । ୬ମାସ ତଳେ ପୂଜା ଖେଳୁଥିବା ସମୟରେ ହଠାତ୍ ଏକ ସ୍ଥାନରେ ପଡି ଯାଇଥିଲା । ଆଖିରେ ସାମାନ୍ୟ ଆଘାତ ଲାଗିଥିଲା ଯାହାର ଚିକିତ୍ସା ପାଇଁ ଏଲ.ଭି ପ୍ରସାଦ ହସ୍ପିଟାଲକୁ ନେଇଥିଲେ ଅଶୋକ । ଡାକ୍ତର ଚିକିତ୍ସା କରିବା ପରେ ଆଖି ଭଲ ହୋଇ ଯାଇଥିଲେ । ମାତ୍ରାରେ ପୁଣି ଥରେ ପୂଜା ଯନ୍ତ୍ରଣା ଅନୁଭବ କରିଥିଲା ।

ଏମ.ଆର.ଆଇ ସ୍କାନ କରିବାରୁ ଜଣାପଡିଲା କି ଆଖିରେ ସାମାନ୍ୟ କର୍କଟ ରୋଗର ଲକ୍ଷଣ ଦେଖିବାକୁ ମିଳୁଛି । ଏହା ପରେ ଯଥାଶିଘ୍ର ଅପରେସନ କରିବାକୁ ପଡିବ ବୋଲି ଡାକ୍ତର କହିଥିଲେ । ଅର୍ଥ ଅଭାବରୁ ଚିକିତ୍ସା କରିପାରୁ ନଥିବାରୁ ଦୁଇ ବର୍ଷର ଝିଅ ପୁଜାଙ୍କ ବାପା ଅଶୋକ ନାୟକ ଚାରିଆଡେ ବୁଲି ବୁଲି ସହାୟତା ଲୋଡିଛନ୍ତି । ଇନଫୋସିଟି ଥାନାଧିକାରୀଣି ସସ୍ମିତା ମିଶ୍ରଙ୍କ ଦୃଷ୍ଟିରେ ଆସିବା ପରେ ସେ ୧୦ ହଜାର ଟଙ୍କାର ସହାୟତା କରିଛନ୍ତି ।

ପୂଜାର ଚିକିତ୍ସା ପାଇଁ ସହଯୋଗ କରିବାକୁ ଚାହୁଁଥିବା ବ୍ୟକ୍ତି ୮୪୫୬୦୭୯୬୦୬ ନମ୍ବରରେ ଯୋଗାଯୋଗ କରି ସହାୟତା ଯୋଗାଇବାକୁ ଆକୁଳ ନିବେଦନ କରିଛନ୍ତି ଅଶୋକ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details