ଭୁବନେଶ୍ୱର: ରାଜଧାନୀର ଐତିହ୍ୟ ଖଣ୍ଡଗିରି ପାହାଡରେ ଥିବା ୫ଟି କୁଣ୍ଡରେ ସ୍ନାନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆରୋଗ୍ୟ ହୁଅନ୍ତି ବୋଲି କିମ୍ବଦନ୍ତୀ ରହିଛି। ଏଭଳି ବିଶ୍ୱାସ ନେଇ ଖଣ୍ଡଗିରିର ମାଘ ମେଳାରେ ଏକାଠି ହୁଅନ୍ତି ଲକ୍ଷ ଲକ୍ଷ ଭକ୍ତ, ହଜାର ହଜାର ସାଧୁସନ୍ଥ। ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି ସମସ୍ତ କୁଣ୍ଡର ଚିତ୍ର। ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୁଣ୍ଡ। ଆଉ କୁଣ୍ଡ ପାଖକୁ ଯିବାକୁ ନାକ ଟେକୁଛନ୍ତି ସାଧୁସନ୍ଥ ଓ ପର୍ଯ୍ୟଟକ।
ଆରମ୍ଭ ହୋଇଛି ଖଣ୍ଡଗିରି ମହାକୁମ୍ଭ ମେଳା। ଖଣ୍ଡଗିରି ପାହାଡରେ ମା' ବାରଭୂଜା କେଉଁ କାଳରୁ ପୂଜା ପାଇ ଆସୁଛନ୍ତି। ପୁରାଣ ଅନୁସାରେ ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଆରାଧନା ପରେ ଏହି ମନ୍ଦିରରେ ଖିରି ପ୍ରସାଦ ଲାଗି କରନ୍ତି ସାଧୁ। ଏହା ଦ୍ୱାରା ତପ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି। ସେହି ସାଧୁସନ୍ଥଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ। ଆହୁରି ଏକ ବିଶ୍ୱାସ ରହିଛି ଯେ ଖଣ୍ଡଗିରି ଓ ଉଦୟଗିରିରେ ମୋଟମୋଟି ଭାବେ ୫ଟି କୁଣ୍ଡ ରହିଛି । ଯାହାର ନାମ ଆକାଶ ଗଙ୍ଗା, ଗୁପ୍ତ ଗଙ୍ଗା, ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଏବଂ ଲଳିତ କୁଣ୍ଡ। ଯାହାକୁ ନେଇ ବିଭିନ୍ନ ପୌରାଣିକ କିମ୍ବଦନ୍ତୀ ରହିଛି। ସେହି କୁଣ୍ଡରେ ସାଧୁସନ୍ଥ ସ୍ନାନ କରିଥାନ୍ତି।
ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
ଆକାଶ ଗଙ୍ଗା କୁଣ୍ଡ ସଫା ଥିଲା ବେଳେ ସେଠାରେ ଅସାମାଜିକ ଯୁବପୀଢ଼ିମାନେ ସେଠାରେ ନିଶା ଦ୍ରବ୍ୟ ସେବନ କରିବା ସହ ଆଡ୍ଡା ମଧ୍ୟ ଜମେଇଥାନ୍ତି। ଦେଖିବାକୁ ଗଲେ କୌଣସି ଏକ ପର୍ଯ୍ୟଟକ ସୁରକ୍ଷିତ ଭାବରେ ବୁଲିପାରିବେ ନାହିଁ। ସମସ୍ତ କୁଣ୍ଡର ଜଳକୁ ପରିସ୍କାର କରିବା ପାଇଁ କେହିବି ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଯାହା ଫଳରେ ସାଧୁସନ୍ଥଙ୍କ ସ୍ନାନ କରିବରେ ଅସୁବିଧା ହୋଇଥାଏ। ଏହି ଘଟଣା ପରେ କର୍ପୋରେଟର ରଘୁନାଥ ମହାନ୍ତି କହିଛନ୍ତି ଯେ, ବାରମ୍ବାର ଏ ବାବଦରେ ସରକାରଙ୍କୁ ଜଣାଇଛୁ। କିନ୍ତୁ ସରକାର କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ଖଣ୍ଡଗିରି ପାହାଡ ଉପରେ ଥିବା ଦଶଭୁଜା ଠାକୁରାଣୀ କମିଟି ମଧ୍ୟ ସମସ୍ତ କୁଣ୍ଡକୁ ସଫା କରିବା ବେଳେ ଏଏସଆଇ ଏହାକୁ ବିରୋଧ କରିଛି। ସେଥିପାଇଁ ତାକୁ କେହି ମଧ୍ୟ ସୁରକ୍ଷା ଦେଇ ପାରୁନହାଁନ୍ତି । ଯଦିଓ ସମସ୍ତ କୁଣ୍ଡ ଗୁଡ଼ିକର କାହାଣୀ ଗୋଟେ ଗୋଟେ କିମ୍ବଦନ୍ତୀ ।
ଜଣେ ପର୍ଯ୍ୟଟକଙ୍କ କହିବା ଅନୁସାରେ, ଏହା ହେଉଛି ପୁରୁଣା ସଂସ୍କୃତି ଏହାର ରକ୍ଷଣାବେକ୍ଷଣ କରିବା ସରକାରଙ୍କ ଦାୟିତ୍ୱ। ଏଠାକୁ ଭାରତବର୍ଷରୁ ବହୁତ ସାଧୁସନ୍ଥ ଏବଂ ପର୍ଯ୍ୟଟକ ଆସିଥାନ୍ତି । ଏମିତି ଅବହେଳିତ ଭାବରେ ରହିଲେ ଖଣ୍ଡଗିରିକୁ ସାଧୁ ବାବାଙ୍କ ସହ ପର୍ଯ୍ୟଟକ ମଧ୍ୟ ମୁହିଁ ଫେରାଇବେ।
ଭୁବନେଶ୍ୱରରୁ ବିକାଶକୁମାର ଦାସ, ଇଟିଭି ଭାରତ