ଭୁବନେଶ୍ବର: ରାଜ୍ୟରେ ପ୍ରାୟ 32 ଲକ୍ଷ ଚାଷୀ ବ୍ୟବହାର କରୁଛନ୍ତି ମୋବାଇଲ ଫୋନ । ଚାଷୀଙ୍କ ମୋବାଇଲ ବ୍ୟବହାର ନେଇ ବିଧାୟକ ନବ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, "ଆମ କୃଷି" କାର୍ଯ୍ୟକ୍ରମରେ ରାଜ୍ୟର 31, 97, 229 ଜଣ ଚାଷୀ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ।
ରାଜ୍ୟର ପ୍ରାୟ 32 ଲକ୍ଷ ଚାଷୀଙ୍କ ହାତରେ ମୋବାଇଲ ! - ମୋବାଇଲ ବ୍ୟବହାରକୁ ନେଇ କୃଷି ମନ୍ତ୍ରୀଙ୍କ ସୂଚନା
ରାଜ୍ୟରେ ପ୍ରାୟ 32 ଲକ୍ଷ ଚାଷୀ ବ୍ୟବହାର କରୁଛନ୍ତି ମୋବାଇଲ ଫୋନ । ଚାଷୀଙ୍କ ମୋବାଇଲ ବ୍ୟବହାର ନେଇ ବିଧାୟକ ନବ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ
![ରାଜ୍ୟର ପ୍ରାୟ 32 ଲକ୍ଷ ଚାଷୀଙ୍କ ହାତରେ ମୋବାଇଲ ! ରାଜ୍ୟରେ ପ୍ରାୟ 32 ଲକ୍ଷ ଚାଷୀ ବ୍ୟବହାର କରୁଛନ୍ତି ମୋବାଇଲ](https://etvbharatimages.akamaized.net/etvbharat/prod-images/768-512-15815317-thumbnail-3x2-bbsr.jpg)
ରାଜ୍ୟରେ ପ୍ରାୟ 32 ଲକ୍ଷ ଚାଷୀ ବ୍ୟବହାର କରୁଛନ୍ତି ମୋବାଇଲ
ସେ ଆହୁରି କହିଛନ୍ତି, ‘‘2018 ମସିହାରେ ଆରମ୍ଭ ହୋଇଥିବା "ଆମ କୃଷି" କାର୍ଯ୍ୟକ୍ରମରେ 2022 ମସିହା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଚାଷୀଙ୍କୁ ମୋବାଇଲ ଫୋନରେ କୃଷି ଭିତ୍ତିକ ପରାମର୍ଶ ସେବା ଯୋଗାଇ ଦିଆଯାଇଛି । ରାଜ୍ୟରେ 8 ଲକ୍ଷ 65 ହଜାର 846 ଜଣ ନାମମାତ୍ର, 3 ଲକ୍ଷ 46 ହଜାର 273 ଜଣ କ୍ଷୁଦ୍ର ଓ 1 ଲକ୍ଷ 88 ହଜାର 363 ଜଣ ମଧ୍ୟମ ବର୍ଗର ଚାଷୀ ଏବଂ 70 ହଜାର 3 ଜଣ ବୃହତ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ 3 ଲକ୍ଷ 66 ହଜାର 286 ଜଣ ଚାଷୀ ଧାନ ଫସଲ ବ୍ୟତୀତ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରୁଥିଲେ ।
ଇଟିଭି ଭାରତ, ଭୁବନେଶ୍ବର