ହାଇଦ୍ରାବାଦ:କୁନି ଝିଅ ‘ପରୀ’ର ମୃତ୍ୟୁକୁ ନେଇ ନୟାଗଡ଼ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) । ଡିସେମ୍ବର ୯ ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ହାଜର ହେବା ସହ ଜବାବ ରଖିବାକୁ ଆୟୋଗ କହିଛନ୍ତି ।
ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କ ସହ ନୟାଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ସମନ କରାଯାଇଛି । ଏମାନେ ଦୁଇ ଜଣ ବ୍ୟକ୍ତିଗତ ଭାବେ ହାଜର ହୋଇ ଆୟୋଗ ଆଗରେ ଜବାବ ରଖିବେ ବୋଲି କୁହାଯାଇଛି । ଜାତୀୟ ଶିଶୁ ଅଧିକାର ଆୟୋଗକଙ୍କ ଏହି ନିଷ୍ପତ୍ତିରେ ଖୁସିବ୍ୟକ୍ତ କରିବା ସହ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟ୍ବିଟ ଯୋଗେଁ ଧନ୍ୟବାଦ ଜଣାଇଛନ୍ତି।
ସମ୍ବିତ ପାତ୍ର ଗତ ନଭେମ୍ବର ୩୦ ତାରିଖରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପରୀ ମୃତ୍ୟୁର ତଦନ୍ତ କରିବା ପାଇଁ ନିବେଦନ କରିଥିଲେ। ଏସମ୍ପର୍କିତ ଏକ ସ୍ମାରକପତ୍ର ମଧ୍ୟ ସେ ଆୟୋଗର ଅଧ୍ୟକ୍ଷଙ୍କୁ ଦେଇଥିଲେ।