ଓଡିଶା

odisha

ETV Bharat / city

DAV ସ୍କୁଲରେ ଅନିୟମିତତା ଅଭିଯୋଗରେ ଗଣଶିକ୍ଷା ସଚିବଙ୍କୁ NCPCR ଚିଠି - ଡିଏଭି ସ୍କୁଲ

ସ୍କୁଲରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଅଭିଭାବକ ସଙ୍ଘର ଅଭିଯୋଗ । ତେବେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ସହ ଶୋଷଣରୁ ବର୍ତ୍ତିବା ଭଳି ସଙ୍ଗୀନ ଅଭିଯୋଗ ଘଟଣାର ରିପୋର୍ଟ ପ୍ରଦାନ କରିବାକୁ ଗଣଶିକ୍ଷା ସଚିବଙ୍କୁ ଏନସିପିସିଆର ଚିଠି । ଅଧିକ ପଢନ୍ତୁ...

DAV ସ୍କୁଲରେ ଅନିୟମିତତା ଆଭିଯୋଗରେ ଗଣଶିକ୍ଷା ସଚିବଙ୍କୁ NCPCR ଚିଠି
DAV ସ୍କୁଲରେ ଅନିୟମିତତା ଆଭିଯୋଗରେ ଗଣଶିକ୍ଷା ସଚିବଙ୍କୁ NCPCR ଚିଠି

By

Published : Oct 16, 2021, 7:18 PM IST

ଭୁବନେଶ୍ବର:DAV ସ୍କୁଲରେ ଅନିୟମିତତା ନେଇ ଗଣଶିକ୍ଷା ସଚିବଙ୍କୁ ଏନସିପିସିଆର(NCPCR)ର ଚିଠି । ରାଜ୍ୟରେ ଥିବା ଡିଏଭି ସ୍କୁଲ ଗୁଡିକ ବିଭିନ୍ନ ଉପାୟରେ ବ୍ୟାପକ ଅନିୟମିତତା ସହିତ ରାଇଟ ଟୁ ଏଜୁକେସନ ଆକ୍ଟ 29 Aର ସମ୍ପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ କରିବା ସହ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ବହି ବିକ୍ରୟ କରି ଶହ ଶହ କୋଟି ଟଙ୍କା ଅଭିଭାବକ ମାନଙ୍କୁ ଠକି ରୋଜଗାର କରୁଥିବା ନେଇ ହୋଇଛି ସଙ୍ଗୀନ ଅଭିଯୋଗ ।

DAV ସ୍କୁଲରେ ଅନିୟମିତତା ଆଭିଯୋଗରେ ଗଣଶିକ୍ଷା ସଚିବଙ୍କୁ NCPCR ଚିଠି

ତେବେ DAV ଦ୍ବାରା ପରିଚାଳିତ ହେଉଥିବା ବିଭିନ୍ନ ସ୍କୁଲ ଗୁଡିକ ମଧ୍ୟ ନିଜ ବ୍ରାଣ୍ଡରେ ପୁସ୍ତକ ବ୍ୟବହାର କରିବା ସହ ବିକ୍ରି ଓ ବାଧ୍ୟତାମୂଳକ କରିଛନ୍ତି l ମିଳିଥିବା ସୂଚନାନୁସାରେ ବହି ଗୁଡିକ ନିମ୍ନମାନର ହୋଇଥିବା ବେଳେ ନ୍ୟାସନାଲ କରିକୁଲମ ଫ୍ରେମ୍ ୱାର୍କର ପରିଧି ବାହାରେ ଥ୍ବବା ବେଳେ ଏହା ଅଧିକ ବ୍ୟୟବହୁଳ ବୋଲି ଜଣା ପଡିଛି । ସେପଟେ ଏନେଇ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡିଶା ଅଭିଭାବକ ମହାସଙ୍ଘ ପକ୍ଷରୁ ରାଜ୍ୟ ଗଣଶିକ୍ଷା ସଚିବ ନିକଟରେ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଏକାଧିକ ଥର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାରୁ NCPCRଙ୍କ ନିକଟରେ ଫେରାଦ ହୋଇଥିଲେ । ତେବେ ମହାସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ଅଭିଯୋଗକୁ ଆଧାର କରି ଗଣଶିକ୍ଷା ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ସହ ଅଭିଯୋଗର ସତ୍ୟତା ଅନୁସନ୍ଧାନର ରିପୋର୍ଟ ତଲବ କରିଥିଲେ l ହେଲେ ଏସବୁ ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନ ହେବାରୁ ଆଗାମୀ ୧୦ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details