ଭୁବନେଶ୍ବର: ନିଶା କାରବାରର ହବ୍ ପାଲଟିଲାଣି ରାଜଧାନୀ । କିଛିଦିନ ଧରି ନିଶା ମାଫିଆଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଉ ଥିବାବେଳେ ଆଜି ଦୁଇ ଦୁଇଟି ନିଶା କାରବାର ଯୋଜନାକୁ ପଣ୍ଡ କଲାଣି ଅବକାରୀ ବିଭାଗ । ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇ ଥିବାବେଳେ ଏନସିବି ହାତରେ ଲାଗିଛି ଆନ୍ତରାଜ୍ୟ ଅଫିମ ବ୍ୟବସାୟୀ ସଙ୍ଗଠନ ।
NCB ହାତରେ ଅନ୍ତଃରାଜ୍ୟ ଅଫିମ ବ୍ୟବସାୟୀ - ଏନସିବି ଚଢାଉ
ଭୁବନେଶ୍ବର ଦେଇ ଉତ୍ତରପ୍ରଦେଶ ଯାଉଥିବା ଅଫିମ କଣ୍ଟେନର ଜବତ କଲା ଏନସିବି, 3 ଗିରଫ । ଅଧିକ ପଢନ୍ତୁ...

ଏନସିବି ହାତରେ ଅନ୍ତରାଜ୍ୟ ଅଫିମ ବ୍ୟବସାୟୀ, ଭୁବନେଶ୍ବରରୁ ଉତ୍ତରପ୍ରଦେଶ ହେଉଥିଲା ଚାଲାଣ
NCB ହାତରେ ଅନ୍ତଃରାଜ୍ୟ ଅଫିମ ବ୍ୟବସାୟୀ
ରାଜଧାନୀ ଭୁବନେଶ୍ବରରୁ ଉତ୍ତପ୍ରଦେଶକୁ ଅଫିମ ଚାଲାଣ ସମୟରେ ଚଢାଉ କରିଛି ନାକ୍ରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଝାରଖଣ୍ଡରୁ ଭୁବନେଶ୍ବର ଦେଇ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଅଫିମ । ଏହି ସମୟପେ ଅଫିମ କଣ୍ଟେନର ଜବତ ହୋଇଛି । ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀରୁ ୨୦କେଜି ଅଫିମ ଜବତ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଏଥିସହ ୩ ଜଣକୁ ଗିରଫ କରିଛି ଏନସିବି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Aug 13, 2021, 2:25 PM IST