ଓଡିଶା

odisha

ETV Bharat / city

ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଓଡିଶା ଆସୁଥିଲା ଗଞ୍ଜେଇ, ଧରିଲା NCB - ncb action

ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଓଡିଶା ଆସୁଥିଲା ଗଞ୍ଜେଇ। ଜାତୀୟ ରାଜପଥ 53 ଅଇଁଠାପାଲି ନିକଟରେ ଧରିଲା NCB । 2 ଗିରଫ । ଅଧିକ ପଢନ୍ତୁ...

ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଓଡିଶା ଆସୁଥିଲା ଗଞ୍ଜେଇ, ଧରିଲା NCB
ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଓଡିଶା ଆସୁଥିଲା ଗଞ୍ଜେଇ, ଧରିଲା NCB

By

Published : Aug 30, 2021, 3:36 PM IST

ଭୁବନେଶ୍ବର: ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ହେଉଥିଲାବେଳେ ଧରିଲା NCB । ଆନ୍ଧ୍ରରୁ ରାଉଲକେଲା ଅଣାଯାଉଥିଲା ବେଳେ NH-53 ଅଇଁଠାପଲ୍ଲି ଛକ ନିକଟରେ NCB ଅଧିକାରୀମାନେ ଏହାକୁ ଜବତ କରିଛନ୍ତି । ଟ୍ୟାଙ୍କରରୁ ୮୫୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ 2 ଜଣଙ୍କୁ ଗିରଫ କରିଛି NCB ।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରର ବିଜୟନଗରମରୁ ଏହି ବିପୁଳ ପରିମାଣର ଗଞ୍ଜେଇ ରାଉରକେଲା ଅଣାଯାଉଥିଲା। ତେବେ ରାସ୍ତାରେ ପୋଲିସ ଆଖିରୁ ଧୁଳି ଦେଇ ଖସିଯିବା ପାଇଁ ଏଭଳି ଅଭିନବ ଉପାୟ ଆପଣାଇଥିଲେ ଅଭିଯୁକ୍ତ। ଅଭିଯୁକ୍ତ 2ଜଣ ପଶ୍ଚିମବଙ୍ଗର ସରଙ୍ଗାବାଦର ରାମ ସାଗର ସିଂ ଓ ସନ୍ତୋଷ ରାୟ ବୋଲି ପୋଲିସ କହିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ NDPS ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details