ଓଡିଶା

odisha

ETV Bharat / city

ଝାଡୁ ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲାଣ, ଧରିଲା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ

ଏକ ଝାଡୁ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ। ଗଞ୍ଜାମରୁ ହରିୟାଣାକୁ ଚାଲାଣ ହେଉଥିଲା 4ଶହ ଗଞ୍ଜେଇ ।

By

Published : Mar 20, 2019, 11:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗଞ୍ଜେଇ ଚାଲାଣ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ଚୋରାଚାଲାଣକାରୀ । ଏଭଳି ଏକ ଚୋରାଚାଲାଣ ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଗଞ୍ଜାମରୁ ହରିୟାଣା ଗଞ୍ଜେଇ ଚାଲାଣବେଳେ ଏକ ଝାଡୁ ବୋଝେଇ ଟ୍ରକକୁ ଜବତ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଗଞ୍ଜାମର ପୁଣିତଳା ଛକରୁ ଏହି ଟ୍ରକକୁ ଜବତ କରାଯାଇଛି ।

ଏହି ଟ୍ରକରେ 4ଶହ କେଜି ଗଞ୍ଜେଇ ଚାଲାଣ ହେଉଥିଲା । ଏହାକୁ ଏନସିବିର ଭୁବନେଶ୍ବର ଟିମ ଜବତ କରିଛି । ଏଥିସହ ଟ୍ରକ ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ବିଭାଗ । ତେବେ ଗିରଫ ପରେ ଟ୍ରକ ଚାଳକକୁ ଛତ୍ରପୁର କୋର୍ଟକୁ ଚାଲାଣ କରାଯାଇଛି ।

ଆଗକୁ ନିର୍ବାଚନ ଥିବାରୁ ବିଭାଗର ଚଢାଉ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details