ଭୁବନେଶ୍ବର:ବହୁଚର୍ଚ୍ଚିତ ଭୁବନେଶ୍ବର ଗରୁଡପଡିଆ ରିଙ୍କୁ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗତବର୍ଷ ୨୦୧୯, ମେ' ୨୯ରେ ନୟାପଲ୍ଲୀ ଗରୁଡପଡିଆ ଠାରେ ବୋମାମାଡ ଘଟଣାରେ ଗିରଫ ହେଲେ ହତ୍ୟାକାରୀ । ମୁଖ୍ୟ ଅଭିଯୁକ୍ତ ଶୋଭରାଜ ମହାରଣା ଓରଫ ଶିକନକୁ ବରୁଣେଇ ପାହାଡ଼ରୁ ଗିରଫ କରାଯାଇଛି ।
ଏହାସହ ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିକନ ସମେତ ୫ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ । କ୍ଲବ ଗଣ୍ଡଗୋଳକୁ କେନ୍ଦ୍ର କରି ଗରୁଡପଡିଆ ଠାରେ ମିଳିମିଶି ହତ୍ୟା କରିଥିଲେ ଅଭିଯୁକ୍ତ । ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମର ବଳରାମ ବାରିକ, ଗଣେଶ ବେହେରା, ବାଲେଶ୍ବରର ଅଚ୍ୟୁତାନନ୍ଦ ଦାସ ଏବଂ କଟକର ସୌମ୍ୟରଞ୍ଜନ ମହାପାତ୍ର ।
ତେବେ ସୂଚନା ମୁତାବକ, ୨୦୧୯ ମସିହା ମେ' ୨୯ରେ ବାଣୀବିହାର ସ୍ଥିତ ନିଜର ଜଣେ ସାଙ୍ଗ ବାହାଘରେ ସମସ୍ତେ ଯୋଗ ଦେଇଥିଲେ । ସେଠାରେ ପୂର୍ବରୁ ସୁନାମି କ୍ଲବକୁ ନେଇ ଗଣ୍ଡଗୋଳକୁ କେନ୍ଦ୍ର କରି ଶୋଭରାଜ ଓ ରିକୁ ସ୍ବାଇଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ପରେ ସମସ୍ତେ ବାହାଘରରୁ ଫେରିଥିଲେ । ହେଲେ ରିକୁ ସ୍ବାଇଁ ଫେରୁଥିବା ବେଳେ ପୁର୍ବରୁ ଯୋଜନା ମୁତାବକ, ଶୋଭରାଜ ସହ ଅନ୍ୟ ସହଯୋଗୀ ଗଉଡପଡିଆ ନିକଟରେ ରିଙ୍କୁ ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ ।