ଭୁବନେଶ୍ବର: ସିଆରପି ଭିଆପି କଲୋନୀ ହତ୍ୟାକାଣ୍ଡ ଅଭିଯୁକ୍ତ ହେଲେ କୋର୍ଟ ଚାଲାଣ। ଟୁକୁନା ଦାସ ଓରଫ ଜଟିଆ ହତ୍ୟାକାଣ୍ଡ ମାମଲାରେ ଗିରଫ ଦୁଇ ଭାଇ ସାଗର ପୃଷ୍ଟି ଓ ସୁଧୀର ପୃଷ୍ଟିକୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ଉଭୟଙ୍କୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରାଯାଇଛି।
ଭୁବନେଶ୍ବର ଡିସିପି କହିଛନ୍ତି ଯେ, ଟୁକୁନା ସହ ସୁଧୀର ଓ ସାଗରର ଗଣ୍ଡଗୋଳ ହୋଇଥିଲା। ସାଗର ଓ ସୁଧିର ଟୁକୁନାକୁ ଥାନାକୁ ଆଣିବା ପାଇଁ ଏପରି ପିକଅପ୍ ଭ୍ୟାନରେ ଆସୁଥିଲେ। ଟୁକୁନା ସନ୍ଦେହ କରିବ ଭାବି ଭିଆଇପି କଲୋନି ଦେଇ ଆଣୁଥିଲେ। ତେଣୁ ହଠାତ୍ ଟୁକୁନା ନିଜ ପାଖରେ ରଖୁଥିବା ଛୁରିରେ ଖସିବା ପାଇଁ ଉଭୟ ଭାଇଙ୍କୁ ଆକ୍ରମଣ କରିଥିଲା ।
ଫଳରେ ଦୁଇ ଭାଇ ସେହି ଗାଡିରେ ଟୁକୁନାକୁ ସେହି ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଟୁକୁନାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଦୁଇ ଭାଇ ଖସିଯିବାକୁ ଉଦ୍ୟମ କରୁଥିଲେ ।