ଓଡିଶା

odisha

By

Published : Jan 10, 2020, 4:08 AM IST

ETV Bharat / city

ନବୀନ ନିବାସ ଅଭିମୁଖେ ନବ ନିର୍ମାଣ କୃଷକ ସଙ୍ଗଠନ କର୍ମୀ, ଅଧା ବାଟରୁ ଉଠାଇନେଲା ପୋଲିସ

ଗୁରୁବାର ନବ ନିର୍ମାଣ କୃଷକ ସଙ୍ଗଠନର କିଛି କର୍ମୀଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତିର ପ୍ରତିବାଦ ସ୍ବରୂପ ନବୀନ ନିବାସ ଅଭିମୁଖେ ଯାଉଥିବା ସମୟରେ ପୋଲିସ ସଙ୍ଗଠନର କିଛି କର୍ମୀଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ...

Navnirman Krushak Sangathan protest in bbsr
ଡିଜାଇନ ଫଟୋ

ଭୁବନେଶ୍ବର: ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୃତିକୁ ପୁରଣ କରି ନାହାଁନ୍ତି । ଏହାକୁ ନେଇ ରାଜ୍ୟ ସାରା ଚାଲିଛି ପ୍ରତିବାଦ, ଶୋଭାଯାତ୍ରା, ବିକ୍ଷୋଭ । ଗୁରୁବାର ନବ ନିର୍ମାଣ କୃଷକ ସଙ୍ଗଠନର କିଛି କର୍ମୀଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତିର ପ୍ରତିବାଦ ସ୍ବରୂପ ନବୀନ ନିବାସ ଅଭିମୁଖେ ଯାଉଥିବା ସମୟରେ ପୋଲିସ ସଙ୍ଗଠନର କିଛି କର୍ମୀଙ୍କୁ ଗିରଫ କରିଛି।

ନବୀନ ନିବାସ ଅଭିମୁଖେ ନବ ନିର୍ମାଣ କୃଷକ ସଙ୍ଗଠନ କର୍ମୀ

ସୂଚନାଯୋଗ୍ୟ କି ରାଜ୍ୟସରକାର ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଘୋଷଣା କରି ଚାଷୀ ମାନଙ୍କ ବର୍ଷକୁ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ । ଏହା ମାଧ୍ୟମରେ ସେ କିଛି ଚାଷୀଙ୍କୁ ଏହା ମଧ୍ୟ ପ୍ରଦାନ କରିଛନ୍ତି । କିନ୍ତୁ ନିକଟରେ ସରକାର ଏଥିରୁ ଓହରି ଯାଇ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ସହ ଏହାକୁ ମିଶାଇ 10 ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଯାହାକୁ ସଂଗଠନ ପକ୍ଷରୁ ବିରୋଧ କରାଯିବା ସହ ସରକାର ଚାଷୀଙ୍କ ସହ ଛଳନା କରିବା ସହିତ ଶଠାତା କରିଥିବା ଅଭିଯୋଗ କରି ସଂଗଠନ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ନାମରେ ଏଫଆଇଆର ଦାୟର କରାଯିବା ସହିତ ବିଗତ 15 ଦିନ ଧରି ସଂଗଠନର ମୁଖ୍ୟ ଅନଶନ ରେ ବସିଥିଲେ ।

ତେବେ କୌଣସି ସରକାରୀ ଅଧିକାରୀ ସେମାନଙ୍କ ସହିତ ଆଲୋଚନା କରିବା ପାଇଁ ନଆସିବାରୁ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହା ବିଷୟରେ ପଚାରିବାକୁ ଯିବା ଅବସ୍ଥାରେ ପୋଲିସ ସେମାନଙ୍କୁ ଅଧାବାଟରୁ ଗିରଫ କରିଛି । ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସରକାର ଯଦି ଚାଷୀଙ୍କୁ ତାଙ୍କର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଜିବ ତାହା ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details