ଓଡିଶା

odisha

By

Published : Sep 6, 2019, 2:34 PM IST

ETV Bharat / city

ରାଜ୍ୟରେ ନବୀନ ସରକାରଙ୍କ 100 ଦିନ, ସଫଳତା ଅପେକ୍ଷା ଚ୍ୟାଲେଞ୍ଜ ଅଧିକ

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ 100 ଦିନ ପୂରିଛି। ଗତ ମେ 29 ତାରିଖରେ ଶପଥଗ୍ରହଣ କରିଥିବା ସରକାର ଇତିମଧ୍ୟରେ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେହିପରି ଶିକ୍ଷା ବ୍ୟବସ୍ଥାରେ ନୂତନତା ଅଣାଯିବାକୁ ବିଭିନ୍ନ କାର୍ଯ୍ୟକ୍ରମ ନିଆଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ 100 ଦିନ ପୂରିଛି। ଗତ ମେ 29 ତାରିଖରେ ଶପଥଗ୍ରହଣ କରିଥିବା ସରକାର ଇତିମଧ୍ୟରେ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଶେଷକରି ପ୍ରଶାସନିକ ବ୍ୟବସ୍ଥାକୁ ସ୍ବଚ୍ଛ ଓ ପରିମାର୍ଜିତ କରିବାକୁ 5ଟି ଭଳି ବ୍ୟବସ୍ଥାର ସାହାଯ୍ୟ ନିଆଯାଇଛି । ସେହିପରି ଲୋକଙ୍କ ସହିତ ସର୍ବଦା ଯୋଡି ହୋଇ ରହିବାକୁ ପରାମର୍ଶ ଦିଆଯାଇଛି। ‘ମୋ ସରକାର ଯୋଜନା’ରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ସାଧାରଣ ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବରେ ଯୋଡିହେବାର ବ୍ୟବସ୍ଥା କରାଯାଇଛି । ସେହିପରି ସରକାରଙ୍କ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ଭିତ୍ତିଭୂମି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେହିପରି ଶିକ୍ଷା ବ୍ୟବସ୍ଥାରେ ନୂତନତା ଅଣାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଆସନ୍ତା ଅକ୍ଟୋବର 2ରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର ଯୋଜନା’ । ଯେଉଁଥିରେ ସିଧା ଲୋକଙ୍କ ସହ କଥା ହେବେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ସେହିପରି ମନ୍ତ୍ରୀ ପ୍ରତି ମାସର 7 ତାରିଖରେ ବିଭାଗୀୟ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରୁଛନ୍ତି । ବିଭାଗ କଣ କାର୍ଯ୍ୟକ୍ରମ ହାତକୁ ନେଇଛି, ଆଉ କଣ ଯୋଜନା ରହିଛି ଏହି ରିପୋର୍ଟରେ ଦର୍ଶାଯାଉଛି । ମୁଖ୍ୟମନ୍ତ୍ରୀ ନିଜେ ଏହାର ଅନୁଧ୍ୟାନ ମଧ୍ୟ କରୁଛନ୍ତି। ଏପରିକି ମନ୍ତ୍ରୀ ଓ ସଚିବଙ୍କ ଅଚାନକ ପରିଦର୍ଶନ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କିପରି ପୂରଣ ହେବ, ସେନେଇ ରୀତିମତ ସମୀକ୍ଷା କରାଯାଇ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ତାଗିଦ କରାଯାଉଛି। ଗ୍ରାମୀଣ ଭିତ୍ତିଭୂମି ସାଙ୍ଗକୁ ରୋଜଗାର ସୃଷ୍ଟି ଏବେ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି। ତୃଣମୂଳ ସ୍ତରରେ ଆଜି ବି ଲୋକେ ଶୋଷଣର ଶିକାର ହେଉଛନ୍ତି । ଏସବୁ ସତ୍ତ୍ବେ ମଧ୍ୟ ଲୋକଙ୍କ ଆଶା ଅନେକ ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details