ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ଜନଗଣନା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଛି। ଯେହେତୁ COVID-19 କୁ ମୁକାବିଲା କରୁଛି ସାରା ଦେଶ ତେଣୁ ଏହାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି।
ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ - Naveen
![ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ naveen-wrote-a-letter-to-modi](https://etvbharatimages.akamaized.net/etvbharat/prod-images/768-512-6476629-thumbnail-3x2-navven.jpg)
11:57 March 20
ମୋଦିଙ୍କ ନିକଟକୁ ଚିଠି ଲେଖିଲେ ନବୀନ
ଏପ୍ରେଲ ପହିଲାରୁ ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଜନଗଣନା ହେବ। ଆରମ୍ଭର 45 ଦିନ ମଧ୍ୟରେ ହାଉସିଂ ତାଲିକା, ଘର ଗଣନା, NPR ଅପଡେଟ କରାଯିବ। ପ୍ରଥମ ପର୍ଯ୍ୟାୟରେ 30 ଲକ୍ଷ କର୍ମଚାରୀ ଜନଗଣନାରେ ସାମିଲ ହେବେ। କୋରୋନା ଆଇନ ଫିଲଡ଼ରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ଓ ସାଧାରଣ ଲୋକଙ୍କ ପ୍ରତି ରିସ୍କ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେଣୁ ଏହା ଉପରେ ବିଚାର କରି ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ କନ୍ଫରେନ୍ସିଂ ରହିଛି। ତେବେ ଏହି ସମୟରେ ନବୀନ ଏହି ପ୍ରସଙ୍ଗ ଉଠାଇପାରନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ