ଭୁବନେଶ୍ବର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ନବୀନଙ୍କ ଚିଠି । ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ନାମ ପଞ୍ଜିକରଣର ସମୟସୀମା 10 ଦିନ ବୃଦ୍ଧି କରିବାକୁ ଅନୁରୋଧ ।
ଆଇଆଇଟିରେ ନାମଲେଖା ପାଇଁ ମେ 27 ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଛି । ସେଥିପାଇଁ ମେ 3 ତାରିଖରୁ ଅନଲାଇନରେ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି । ନାମ ପଞ୍ଜୀକରଣର ଶେଷ ତାରିଖ 9 ତାରିଖ ରହିଛି । କିନ୍ତୁ ‘ଫନି’ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ଓ ଇଣ୍ଟରନେଟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।