ଓଡିଶା

odisha

ETV Bharat / city

ସରିଲା BJD ବିଧାୟକ ଦଳ ବୈଠକ, ଡିଫେନ୍ସ ଟିପ୍ସ ଦେଲେ ନବୀନ

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ବିରୋଧୀଙ୍କୁ ଚେକ୍ ଦେବା ଲାଗି ଆଜି ବିଧାୟକଙ୍କୁ ଡିଫେନ୍ସ ଟିପ୍ସ ଦେଲେ ଦଳ ମୁଖିଆ । ଅଧିକ ପଢନ୍ତୁ...

By

Published : Aug 31, 2021, 4:41 PM IST

Updated : Aug 31, 2021, 9:09 PM IST

ଅପରାହ୍ନରେ ବିଜେଡ଼ିର ବିଧାୟକ ଦଳ ବୈଠକ; ଡିଫେନ୍ସ ଟିପ୍ସ ଦେବେ ନବୀନ
ଅପରାହ୍ନରେ ବିଜେଡ଼ିର ବିଧାୟକ ଦଳ ବୈଠକ; ଡିଫେନ୍ସ ଟିପ୍ସ ଦେବେ ନବୀନ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ବିରୋଧୀଙ୍କୁ ଚେକ୍ ଦେବା ଲାଗି ଆଜି(ମଙ୍ଗଳବାର) ଅପରାହ୍ନ 5.30ରେ ବସିଛି ବିଜେଡିର ବିଧାୟକ ଦଳ ବୈଠକ । ବିଜେଡି ବିଧାୟକ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର 54 ନମ୍ବର ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି ।

ବସିଲା BJD ବିଧାୟକ ଦଳ ବୈଠକ, ଡିଫେନ୍ସ ଟିପ୍ସ ଦେଲେ ନବୀନ

ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳର ସଭାପତି ନବୀନ ପଟ୍ଟନାୟକ ଭିସି ଯୋଗେ ନବୀନ ନିବାସରୁ ଉପସ୍ଥିତ ରହିଛନ୍ତି । ଆସନ୍ତା ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କଂଗ୍ରେସ ଓ ବିଜେପି ପାଖରେ ରହିଛି ମାଳମାଳ ପ୍ରସଙ୍ଗ । ଏହାକୁ ଚେକ୍ ଦେବା ଲାଗି ଶାସକ ଦଳ ବିଜେଡି ପକ୍ଷରୁ ପ୍ରସ୍ତୁତ ହୋଇଛି ରଣନୀତି । ଆଉ ବିଧାୟକଙ୍କୁ ଡିଫେନ୍ସ ଟିପ୍ସ ଦେଇଛନ୍ତି ଦଳର ମୁଖିଆ।

ରାଜ୍ୟରେ ମରୁଡି ସ୍ଥିତି, ସାର ଅଭାବ, ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଏବଂ ଅନ୍ୟ ଅଭିଯୋଗ, ଓଡିଶା ଷ୍ଟାଫ ସିଲେକ୍ସନରେ ଦୁର୍ନୀତି, ବିଦ୍ୟୁତ ଦର ବୃଦ୍ଧି ଭଳି ମେଞ୍ଚାଏ ପ୍ରସଙ୍ଗ ବିରୋଧୀଙ୍କ ହାତରେ ଖୁନ୍ଦି ହୋଇରହିଛି । ଏହିସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ତାହାର ସମ୍ମୁଖୀନ ପାଇଁ ବୈଠକରେ ପ୍ଲାନ କରିଛି ଶାସକ ଦଳ ବିଜେଡି ।

ଅନ୍ୟପଟେ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିକ୍ରିୟା ରଖିଛନ୍ତି । ଗୃହ ନିର୍ମାଣ, MSP ପ୍ରସଙ୍ଗ ଉଠାଇବ ବିଜେଡି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା ପାଇଁ ଗୃହରେ ଦାବି କରିବ ବିଜେଡି । 12ଟି ବିଲ୍ ଚଳିତ ବିଧାନସଭାରେ ଆସିବ । ବିଧାନସଭା ଚାଲିବା ସମୟରେ ଆହୁରି ବିଲ ଆସିବାର ସମ୍ଭାବନା ରହିଛି ।

ବିରୋଧୀ ଯେଉଁ ଯେଉଁ ପ୍ରସଙ୍ଗ ଆଣିବେ ଆମେ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ବିଜେଡି କହିଛି । ଆମ ପାଖରେ କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଅଛି ବୋଲି କହିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଜନଜାତି ମନ୍ତ୍ରୀ ଜଗନ୍ନାଥ ସରକା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅନନ୍ତ ଦାସ, ପ୍ରଫୁଲ ସାମଲ, ଅମର ଶତପଥୀ, ସ୍ନେହାଙ୍ଗିନି ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 31, 2021, 9:09 PM IST

ABOUT THE AUTHOR

...view details