ଓଡିଶା

odisha

ETV Bharat / city

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ମହାମାରୀ କରୋନାକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦାବି ଓ ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ର ସରକାରଙ୍କୁ ।

By

Published : Mar 20, 2020, 11:52 PM IST

Naveen spoke to the Prime Minister about corona
କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ବର: ଦେଶର ମହାମାରୀ କରୋନାକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦାବି ଓ ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ର ସରକାରଙ୍କୁ ।

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

କରୋନା ସନ୍ଦିଗ୍ଧଙ୍କ ଚିକିତ୍ସାକୁ ଅଧିକ ବିସ୍ତାର କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସରକାରୀ ଓ ଘରୋଇ ସ୍ତରୀୟ ଟେଷ୍ଟ ପାଇଁ ମଧ୍ୟ ଜଣାଇଛନ୍ତି । ସ୍ଵାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର କିଟ୍ ଓ ମାସ୍କ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ପିଏମ୍ କିଶାନ୍ ଯୋଜନାରେ ଅତିରିକ୍ତ କିସ୍ତି ମାଗିଛନ୍ତି ରାଜ୍ୟ ସରକାର । ମନେରଗା ଶ୍ରମିକ ମାନଙ୍କୁ ୫୦ ଦିନର ମଜୁରୀ ମଧ୍ୟ ଦାବି କରିଛନ୍ତି । ନିର୍ମାଣ ଶ୍ରମିକ ସହ ବିଭିନ୍ନ ବର୍ଗ ପାଇଁ ଆର୍ଥିକ ସହାୟତା ଦାବି କରିଛନ୍ତି ନବୀନ । ରାଜ୍ୟ ଗୁଡିକୁ ଅଗ୍ରିମ ପାଣ୍ଠି ଦେବା ପାଇଁ ମଧ୍ୟ କେନ୍ଦ୍ରକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରପକ୍ଷେ କରୋନା ଭୂତାଣୁ ପାଇଁ ବିଦେଶ ଗସ୍ତ ଉପରେ କଟକଣା ଲଗାଇଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details