ଓଡିଶା

odisha

ETV Bharat / city

ରାଜ୍ୟରେ 2 ହଜାର କୋଟି ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ, ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ଏଲଏନ ମିତ୍ତଲ - ଲକ୍ଷ୍ମୀ ମିତ୍ତଲ

ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆର୍ସେଲର ମିତ୍ତଲ ଗ୍ରୁପ ମୁଖ୍ୟ ଏଲଏନ ମିତ୍ତଲ । ତେବେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ କୋଟି ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ । ଅଧିକ ପଢନ୍ତୁ...

naveen-spoke-to-lakshmi-mittal
naveen-spoke-to-lakshmi-mittal

By

Published : Jun 13, 2020, 10:00 PM IST

ଭୁବନେଶ୍ବର: ଓଡ଼ିଶାରେ ୨ ହଜାର କୋଟିର ପୁଞ୍ଜିନିବେଶ କରିବ ବିଶ୍ବର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଆର୍ସେଲର ମିତ୍ତଲ । ପାରାଦୀପ ପ୍ଲେଟ ପ୍ଲାଣ୍ଟ, କେନ୍ଦୁଝର ବେନିଫିକେସନ ପ୍ଲାଣ୍ଟ ହେବ ସମ୍ପ୍ରସାରିତ । ରାଜ୍ୟରେ ୨ଟି ଖଣି ପାଇଛି ଆର୍ସେଲର ମିତ୍ତଲ । ଶାଗା ସାହି ଓ ଠାକୁରାଣୀ ଖଣିର ଲିଜ୍ ଆର୍ସେଲର ମିତ୍ତଲକୁ ମିଳିଛି ।

ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଏସଆର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି । ଡିସେମ୍ବର ମାସରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଅଧିଗ୍ରହଣ ହୋଇଛି । ଓଡିଶାରେ ପୁଞ୍ଜିନିବେଶ ନେଇ ଶିଳ୍ପପତି ଏଲଏନ ମିତ୍ତଲଙ୍କ ସହ ଭିଡିଓ କନଫରେନ୍ସିଂରେ ଶନିବାର ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ 2 ହଜାର କୋଟି ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ, ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ଏଲଏନ ମିତ୍ତଲ

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ବେଶ ପ୍ରଶଂସା କରିଛନ୍ତି । କୋଭିଡ 19 ମୁକାବିଲା କ୍ଷେତ୍ରରେ ସରକାର ସଫଳ ରହିଛନ୍ତି ଏବଂ ଶିଳ୍ପସଂସ୍ଥା ସହିତ ଛିଡା ହୋଇଛନ୍ତି । ଯାହା ନିଶ୍ଚିତ ଭାବେ ଭଲ ସଂକେତ ବୋଲି ସେ କହିଛନ୍ତି ।

ପ୍ରକାଶ ଯେ, 2006 ମଧ୍ୟ ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ ମଧ୍ୟରେ 13 ମିଲିଅନ ଟନ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏମଓୟୁ ହୋଇଥିଲା । ପରେ 2013ରେ ଏଥିରୁ ଓହରିଥିଲା ଆର୍ସେଲର ମିତ୍ତଲ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details