ଓଡିଶା

odisha

ETV Bharat / city

କୋଭିଡ଼ ପରିଚାଳନା; BMCକୁ ଆଉ 20 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ - କୋଭିଡ଼ ପରିଚାଳନା

କୋଭିଡ଼ ମୁକାବିଲା ଲାଗି ପୁଣି ଭଣ୍ଡାର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁଣି 20 କୋଟି ଟଙ୍କା ବିଏମସିକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କୋଭିଡ଼ ପରିଚାଳନା; BMC କୁ ଆଉ 20 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
କୋଭିଡ଼ ପରିଚାଳନା; BMC କୁ ଆଉ 20 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

By

Published : Jun 9, 2021, 5:33 PM IST

ଭୁବନେଶ୍ବର : କୋଭିଡ଼ ମୁକାବିଲା ଲାଗି ପୁଣି ଭଣ୍ଡାର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁଣି 20 କୋଟି ଟଙ୍କା ବିଏମସିକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର କରାଯାଇଛି ।

କୋଭିଡ଼ ନିୟନ୍ତ୍ରଣ ଲାଗି ଯାହା ଆବଶ୍ୟକ ତାହା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ । ପରିଚାଳନା ଲାଗି ଆବଶ୍ୟକ ଯେତେ ପରିମାଣର ଟଙ୍କା ନେବା କଥା ନିଅ । ଯାହା ପଦକ୍ଷେପ ନେବା କଥା ନିଅ । ଏଥି ପାଇଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କର ପୂର୍ଣ୍ଣ ସହଯୋଗ ରହିଛି । ତୁରନ୍ତ କୋଭିଡ଼ ସ୍ଥିତିକୁ ନିୟନ୍ତ୍ରଣକୁ ଆଣ । ଲୋକ ଯେମିତି ତୁରନ୍ତ ସୁସ୍ଥ ହେବେ । ସରକାରଙ୍କ ବ୍ୟବସ୍ଥାର ଫାଇଦା ପାଇବେ । ଏ ନେଇ ବ୍ୟବସ୍ଥା କର । ଭୁବନେଶ୍ବରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ 20 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପୂର୍ବରୁ ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମକୁ 77 କୋଟି ଟଙ୍କା ଦିଆଯାଇଛି ।

ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି । ଚିକିତ୍ସିତ ରୋଗୀଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ । ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ବରକୁ ଆସିଥାନ୍ତି । ତେଣୁ ଭୁବନେଶ୍ବରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର କରାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details