ଓଡିଶା

odisha

ETV Bharat / city

ପଞ୍ଚମ ଇନିଂସ ଆରମ୍ଭ କଲେ ନବୀନ

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ପାଳି । ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି 20 ଜଣ ।

By

Published : May 29, 2019, 7:41 PM IST

ଫାଇଲ ଫଟୋ

ଭୁବନେଶ୍ବର: ଐତିହାସିକ ରେକର୍ଡ । ଲଗାତାର ଭାବେ ପଞ୍ଚମ ଥର ପାଇଁ ନୂଆ ଓଡିଶାର ନାୟକ ହେଲେ ନବୀନ ପଟ୍ଟନାୟକ । ବୁଧବାର ରାଜଧାନୀର ଏକ ସ୍ବତନ୍ତ୍ର ସମାରୋହରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିବାବେଳେ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ଗ୍ରହଣ କରିଛନ୍ତି ।

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ପାଳି । ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ତାଙ୍କ ମନ୍ତ୍ରୀମଣ୍ଡଳର କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି 20 ଜଣ ।

ବ୍ୟୁରୋ ରିପୋର୍ଟ

ବୁଧବାର ସକାଳ ସମୟରୁ ପ୍ରଦର୍ଶନୀ ପଡିଆରେ ଲାଗିଥିଲା ଗହଳିଚହଳି । ନୂଆ ଓଡିଶାର ନାୟକ ନବୀନ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ତାଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲୋକଙ୍କ ଗହଳି ଲାଗିଥିଲା । ଏକ ସ୍ବତନ୍ତ୍ର ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମେ ନବୀନ ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପରେ ଜଣଙ୍କ ପରେ କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

କ୍ୟାବିନେଟ ପାହ୍ୟାର ସଦସ୍ୟ ପ୍ରଫୁଲ୍ଲ ମଲ୍ଲିକ ପ୍ରଥମେ ଶପଥ ପାଠ କରିଥିଲେ । ଏହାପରେ ବିକ୍ରମ କେଶରୀ ଆରୁଖ , ରଣେନ୍ଦ୍ର ପ୍ରତାପ ସ୍ବାଇଁ , ନିରଞ୍ଜନ ପୂଜାରୀ , ପଦ୍ମନାଭ ବେହେରା , ପ୍ରତାପ ଜେନା, ଅରୁଣ ସାହୁ , ସୁଦାମ ମାରାଣ୍ଡି , ସୁଶାନ୍ତ ସିଂ, ନବ କିଶୋର ଦାସ ଏବଂ ଟୁକୁନି ସାହୁଙ୍କୁ ପଦ ଓ ଗୋପନୀୟତରା ଶପଥ ପାଠ କରାଇଥିଲେ ରାଜ୍ୟପାଳ । ତେବେ ସୁଦାମ ମାରାଣ୍ଡି ସାନ୍ତାଳି ଭାଷାରେ ଶପଥ ନେଇଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ରାଷ୍ଟ୍ରମନ୍ତ୍ରୀ ଭାବେ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା ଶେଷରେ ଶପଥ ନେଇଥିଲେ ।

ତେବେ ଆଜିର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଢେ 4 କୋଟି ଓଡିଶାବାସୀଙ୍କୁ ଓଡିଆରେ ଟ୍ବିଟ କରି ଧନ୍ୟବାଦ ଜ୍ଞାପନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details