ଓଡିଶା

odisha

ETV Bharat / city

ବୟସ ସାନ, ପ୍ରୟାସ ବଡ଼: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ - central minister praised covid awareness video

ବୟସ ସିନା ସାନ କିନ୍ତୁ ତାଙ୍କ କାର୍ଯ୍ୟ ମହାନ । କୋରୋନା ଟିକା ନେବାରୁ ବିରତ ରହୁଥିବା ଲୋକଙ୍କୁ ସଚେତନ କରାଉଛନ୍ତି କୁନିକୁନି ଶିଶୁ । ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ସହ ପ୍ରଶଂସା କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୟସ ସାନ, ପ୍ରୟାସ ମହାନ; ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ବୟସ ସାନ, ପ୍ରୟାସ ମହାନ; ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

By

Published : Jul 4, 2021, 5:40 PM IST

Updated : Jul 5, 2021, 7:41 AM IST

ଯାଜପୁର: ବୟସ ସିନା ସାନ କିନ୍ତୁ ତାଙ୍କ କାର୍ଯ୍ୟ ମହାନ । କୋରୋନା ଟିକା ନେବାରୁ ବିରତ ରହୁଥିବା ଲୋକଙ୍କୁ ସଚେତନ କରାଉଛନ୍ତି କୁନିକୁନି ଶିଶୁ । ଅଭିନୟ ମାଧ୍ୟମରେ କରୁଛନ୍ତି ସଚେତନତା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଶିଶୁ ଗୋଷ୍ଠୀ । ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ସହ ପ୍ରଶଂସା କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୟସ ସାନ, ପ୍ରୟାସ ମହାନ; ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି ଏହି କୁନି କୁନି ପିଲାମାନେ ଖୁବ ସୁନ୍ଦର ଭାବେ ବୁଝାଇ ଦେଇଛନ୍ତି । ଏପରି ସୁନ୍ଦର ପ୍ରୟାସ କରିଥିବା ପିଲାମାନଙ୍କୁ ସ୍ନେହ ଓ ସାଧୁବାଦ।"

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "କୋଭିଡ-19ରୁ ରକ୍ଷା ପାଇବା ପାଇଁ ଟିକା ନେବା ହିଁ ଏକମାତ୍ର ଅସ୍ତ୍ର । କୁନିକୁନି ପିଲାମାନେ ସୁନ୍ଦର ଭିଡିଓ ମାଧ୍ୟମରେ ଟିକା ନେବା ପାଇଁ ଯେଉଁଭଳି ଭାବରେ ସଚେତନତାର ବାର୍ତ୍ତା ଦେଇଛନ୍ତି, ପ୍ରକୃତପକ୍ଷେ ଅତ୍ୟନ୍ତ ପ୍ରଶଂସନୀୟ ।"

ବୟସ ସାନ, ପ୍ରୟାସ ବଡ଼

ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ଟିକାକୁ ନେଇ ଭିନ୍ନଭିନ୍ନ ମତ ଆସୁଛି । କିଛି ଲୋକ ଟିକାକୁ ଜାତି, ଧର୍ମ ବିଭେଦ ଭିତରେ ତଉଲୁଛନ୍ତି । ଆଉ କେହି ଟିକା ନିର୍ମାଣରେ ବ୍ୟବହାର ହେଉଥିବା ସାମଗ୍ରୀ ନେଇ ସନ୍ଦେହ କରୁଛନ୍ତି । ତେଣୁ କିଛି ଲୋକ ଟିକା ନେବାରୁ ବିରତ ରହୁଛନ୍ତି । ଏହି ଲୋକଙ୍କୁ ସଚେତନ କରୁଛନ୍ତି କିଛି ଶିଶୁ ଗୋଷ୍ଠୀ ।

ଯାଜପୁର ରସୁଲପୁର ଅଞ୍ଚଳରେ ଶିଶୁଙ୍କୁ ନେଇ କୋଭିଡ଼ ସଚେତନତା ବାର୍ତ୍ତାବହ ଭିଡିଓ ପ୍ରସ୍ତୁତ କରିଛନ୍ତି କିଛି ସ୍ଥାନୀୟ ଯୁବକ । କୋରୋନାରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନର ଆବଶ୍ୟକତା ନେଇ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି କୁନିକୁନି ଛୁଆ । ଛୋଟପିଲାଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପିଲାଙ୍କ ଦ୍ୱାରା ଅଭିନିତ ଏହି ସଚେତନତା ଭିଡିଓରେ ଲୋକମାନେ କିଭିଳି ଟିକା ନେବା ଅପେକ୍ଷା କୋରୋନାରୁ ସୁରକ୍ଷିତ ରହିବା ପାଇଁ ପୂଜାପାଠ ଉପରେ ଭରସା କରନ୍ତି । କିନ୍ତୁ ପୂଜାପାଠ ପରେ ଭଗବାନ ନିଜେ ମଧ୍ୟ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଆଗ ଟିକା ନେବା ନେଇ କହୁଥିବା ଏଥିରେ ଦର୍ଶାଯାଇଛି । କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି କୁନି କୁନି ଛୁଆମାନେ ଅତି ସୁନ୍ଦରଭାବେ ବୁଝାଇଥିବା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 5, 2021, 7:41 AM IST

ABOUT THE AUTHOR

...view details