ଭୁବନେଶ୍ବର: ତାଳଚେର କୋଇଲା ଖଣିରେ ମାଟି ଅତଡା ଖସି ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।
କୋଇଲା ଖଣି ଦୁର୍ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ 5ଲକ୍ଷ ଟଙ୍କା ସହାୟତା ଘୋଷଣା - ସହାୟତା ଘୋଷଣା
କୋଇଲା ଖଣିରେ ମାଟି ଅତଡା ଖସି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
![କୋଇଲା ଖଣି ଦୁର୍ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ 5ଲକ୍ଷ ଟଙ୍କା ସହାୟତା ଘୋଷଣା](https://etvbharatimages.akamaized.net/etvbharat/prod-images/768-512-3951325-thumbnail-3x2-angul.jpg)
ଫଟୋ ସୌଜନ୍ୟ: ସମ୍ବାଦାଦାତା, ଅନୁଗୋଳ
ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ରାତିରେ ତାଳଚେର କୋଇଲା ଖଣିରେ ମାଟି ଅତଡା ଖସି 13ଜଣ ଫସି ରହିଥିଲେ । ପରେ 9ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିବାବେଳେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ଉଦ୍ଧାର କାର୍ଯ୍ୟରେ ବର୍ଷା ବାଧକ ସାଜିଥିଲେ ମଧ୍ୟ ଆଜି ସକାଳେ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ଏବେବି ଆହୁରି 2 ଶ୍ରମିକ ନିଖୋଜ ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ