ଭୁବେନେଶ୍ବର: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଚଳିତ ମାସ ଗୋଆରେ ହେବାକୁ ଥିବା International Film Festival of India (IIFFI)ର ୫୨ତମ ସଂସ୍କରଣ ପାଇଁ ଜୁରୀ ମେମ୍ବର ଭାବେ ଚୟନ ହୋଇଛନ୍ତି । ତେବେ ନୀଳମାଧବଙ୍କ ଏହି ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ ଟ୍ବିଟରରେ ନୀଳମାଧବ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଥିଲେ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ନୀଳମାଧବ । ଏକ ଛୋଟ ଗ୍ରାମରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ମହାପ୍ରଭୁ ଜଗନ୍ନାଥଙ୍କ କୃପା ଓ ରାଜ୍ୟବାସଙ୍କ ଭଲପାଇବା ଓ ଶ୍ରଦ୍ଧା ପାଇଁ ସଫଳ ହୋଇପାରିଛି ବୋଲି କହିଛନ୍ତି ନୀଳମାଧବ।