ଭୁବନେଶ୍ବର: ‘ବିଜୁ ଜନତା ଦଳ(ବିଜେଡି) ସର୍ବଦା ଆପଣଙ୍କ ସହ ରହିଆସିଛି । ଆପଣଙ୍କ ଉନ୍ନତି ପାଇଁ ଆମେ କାମ କରୁଛୁ । ସେଥିପାଇଁ ଏଥର ନିର୍ବାଚନରେ ଆପଣଙ୍କ ପସନ୍ଦର ପ୍ରାର୍ଥୀକୁ ବାଛିଛୁ’ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
‘ଆପଣଙ୍କ ପସନ୍ଦ ଆମର ପ୍ରାର୍ଥୀ’ - ଓଡିଶା ନିର୍ବାଚନ
ଆଜିଠାରୁ 2ୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ରାଜ୍ୟର 5ଟି ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ଏହି ଅବସରରେ ନବୀନ ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଆଜିଠାରୁ 2ୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ରାଜ୍ୟର 5ଟି ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ଏହି ଅବସରରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ରାଜ୍ୟବାସୀଙ୍କୁ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ନବୀନ ଅନୁରୋଧ କରିଛନ୍ତି । ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଲୋକଙ୍କ ପସନ୍ଦର ପ୍ରାର୍ଥୀକୁ ବିଜେଡି ଚୟନ କରିଛି। ଏକ ନୂଆ ଓଡିଶା ଗଠନରେ ସହାୟକ ହେବା ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି ।
ଏହାସହ ସେ ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଦ୍ଵିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢିବାକୁ ଯାଉଥିବା ବିଜୁ ଜନତା ଦଳର ସମସ୍ତ ଲୋକସଭା ଓ ବିଧାନସଭାର ପ୍ରାର୍ଥୀଙ୍କୁ ଅନେକ ଶୁଭେଚ୍ଛା। ଉଲ୍ଲେଖଯୋଗ୍ୟ ଯେ ଆଜି ନବୀନଙ୍କ 2ଟି ଆସନରେ ଭାଗ୍ୟପରୀକ୍ଷା ହେବ। ଏଥର ସେ ଉଭୟ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇଥିବାବେଳେ 2ଟି ଆସନରେ ଆଜି ନିର୍ବାଚନ ହେବାକୁ ଯାଉଛି।