ଓଡିଶା

odisha

ETV Bharat / city

ବିକାଶର ପ୍ରକୃତ ଡବଲ ଇଞ୍ଜିନ ମହିଳାଙ୍କ ଅଧିକାର: ନବୀନ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ପଟେ ଜାତୀୟ ଦଳ ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତିକରଣ କଥା କହୁଛନ୍ତି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ସର୍ବଦା ପଛଘୁଞ୍ଚା ଦେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 4, 2019, 11:50 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଡବଲ ଇଞ୍ଜିନ ଉପାଖ୍ୟାନକୁ ବାଣ ମାରିଛନ୍ତି ନବୀନ । ମହିଳା ସଶକ୍ତିକରଣ ପ୍ରକୃତ ଡବଲ ଇଞ୍ଜିନ ବୋଲି ନବୀନ କହିଛନ୍ତି । ଏହାର ଉଦାହରଣ ଦେବାକୁ ଯାଇ ନବୀନ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିନ୍ଦା ଏଡ୍ରେନ ଏବଂ ଜର୍ମାନୀର ଚାନସେଲରଙ୍କ ଉଦାହରଣ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ପଟେ ଜାତୀୟ ଦଳ ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତିକରଣକଥା କହୁଛନ୍ତି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ସର୍ବଦା ପଛଘୁଞ୍ଚା ଦେଉଛନ୍ତି । ତେବେ ବିଜେଡି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ମହିଳା ସଶକ୍ତିକରଣର ସାରଥୀ ଥିବା ବିଜୁ ବାବୁ ପ୍ରଥମେ ମହିଳାଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନରେ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ବିଜେଡି ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା ।

ଏହାସହ ବିଜେଡି ପ୍ରଥମ ରାଜନୈତିକ ଦଳ ଭାବେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଯାହା ତାଙ୍କ ପାଇଁ ସବୁଠାରୁ ଆନନ୍ଦଦାୟକ ମୂହୁର୍ତ୍ତ ବୋଲି ସେ କହିଛନ୍ତି । ଏପରିକି ଦଳ ୭ ଜଣ ମହିଳାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରିଛି । ତେଣୁ ମହିଳାଙ୍କ ସ୍ବର ଦିଲ୍ଲୀ ଦରବାରରେ ପହଞ୍ଚାଇବା ପାଇଁ ୭ ପ୍ରାର୍ଥୀଙ୍କୁ ଓଡିଶାବାସୀ ସୁଯୋଗ ଦେବେ ବୋଲି ନବୀନ କହିଛନ୍ତି ।

ବାରମ୍ବାର ମହିଳା ସଶକ୍ତିକରଣକଥା କହୁଥିବା ଜାତୀୟ ଦଳ ନିର୍ବାଚନ ସମୟରେ ସତେ ଯେମିତି ଉଦ୍ଦେଶ୍ୟମୂଳକ ଭାବେ ଏହି ପ୍ରସଙ୍ଗରେ ଚୁପ ହୋଇଯାଆନ୍ତି । ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ହିଁ ଦେଶର ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details