ଓଡିଶା

odisha

ETV Bharat / city

ନବୀନ କରିବେ ମନ୍ତ୍ରୀମଣ୍ଡଳ ଅଦଳବଦଳ: ସବୁ ମନ୍ତ୍ରୀଙ୍କୁ ମାଗିଲେ ରିପୋର୍ଟ କାର୍ଡ - CM sought report cards form ministers

ଆସନ୍ତା ମେ 29 ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେବ । ଏହା ପୂର୍ବରୁ ହେବ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ନବକଳେବର । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି । ଅଧିକ ପଢନ୍ତୁ

ନବୀନ
ନବୀନ

By

Published : Apr 9, 2022, 6:10 PM IST

ଭୁବନେଶ୍ବର: ଆସନ୍ତା କିଛିଦିନ ମଧ୍ୟରେ ହେବ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳବଦଳ । ଏନେଇ ସ୍ପଷ୍ଟ ଚିତ୍ର ଆସିବାରେ ଲାଗିଛି । କିଛି ମନ୍ତ୍ରୀ ବିଦା ହେବେ । ଆଉ କିଛି ନବୀନଙ୍କ ନୂଆ ଟିମରେ ସାମିଲ ହେବେ । ମନ୍ତ୍ରୀମଣ୍ଡଳରୁ ବିଦା ହେବେ ବିବାଦୀୟ ଓ ବିଭାଗ ଚଳାଇବାରେ ବିଫଳ ମନ୍ତ୍ରୀ । ଏନେଇ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ନିର୍ବାଚନରେ ନେତୃତ୍ବ ଓ ଦକ୍ଷତା ପ୍ରତିପାଦନ କରିଥିବା ଯୁବ ବର୍ଗଙ୍କୁ ମିଳିବ ନବୀନଙ୍କ ନୂଆ ଟିମରେ ସ୍ଥାନ ।

ନବୀନ କରିବେ ମନ୍ତ୍ରୀମଣ୍ଡଳ ଅଦଳବଦଳ; ସବୁ ମନ୍ତ୍ରୀଙ୍କୁ ମାଗିଲେ ରିପୋର୍ଟ କାର୍ଡ

ଆସନ୍ତା ମେ 29 ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରୁଛି । ଏହା ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ନବକଳେବର ହେବ । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି । ଗତ ମାସ ମଧ୍ୟରେ ମନ୍ତ୍ରୀମାନେ ନିଜ ବିଭାଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ସଫଳ ହୋଇଛନ୍ତି ସେନେଇ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗ ଗୁଡିକର ଅଗ୍ରଗତି ନେଇ ମନ୍ତ୍ରୀମାନେ ରିପୋର୍ଟ ଦେବେ । ମନ୍ତ୍ରୀଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦକ୍ଷତା ମାପ କରିବେ । ଏହା ସହ '5T' ଓ 'ମୋ ସରକାର କାର୍ଯ୍ୟକ୍ରମ' ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି । ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି । ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ରଘୁନନ୍ଦନ ଦାସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ନିରନ୍ତର ଭାବେ ଆମ ରିପୋର୍ଟ କାର୍ଡ ଦେଉଛୁ । ଅଶୋକ କହିଛନ୍ତି କି, ମୋ ଦାଇତ୍ବରେ ଥିବା 3 ଟି ବିଭାଗର ରିପୋର୍ଟ ଦେଉଛି ।

ସେହିପରି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥାଏ । ମୋ ଦାଇତ୍ବରେ ଥିବା 2ଟି ବିଭାଗର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details