ଭୁବନେଶ୍ବର:ରାଜ୍ୟରେ ନବୀନ ପଟ୍ଟନାୟକ ଏକ ବ୍ରାଣ୍ଡ ପାଲଟିଛନ୍ତି । ନବୀନଙ୍କ ନାଁରେ ଭୋଟ ମିଳୁଛି । ସେ ପ୍ରଚାର କରନ୍ତୁ ବା ନକରନ୍ତୁ । ତାଙ୍କ ନାଁରେ ନିର୍ବାଚନରେ ଭୋଟ ପାଆନ୍ତି ପ୍ରାର୍ଥୀ । ଏହା କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ।
ନବୀନ ଏକ ବ୍ରାଣ୍ଡ, ଭୋଟ ପାଇଁ ନାମ ହିଁ ଯଥେଷ୍ଟ: ଅମର - ନବୀନ ଏକ ବ୍ରାଣ୍ଡ କହିଲେ କହିଲେ ଅମର ଶତପଥୀ
ରାଜ୍ୟରେ ନବୀନ ପଟ୍ଟନାୟକ ଏକ ବ୍ରାଣ୍ଡ ପାଲଟିଛନ୍ତି । ନବୀନଙ୍କ ନାଁରେ ଭୋଟ ମିଳୁଛି । ସେ ପ୍ରଚାର କରନ୍ତୁ ବା ନକରନ୍ତୁ । ତାଙ୍କ ନାଁରେ ନିର୍ବାଚନରେ ପ୍ରାର୍ଥୀ ଭୋଟ ପାଆନ୍ତି କହିଛନ୍ତି ବିଜେଡି ବିଧାୟକ । ଅଧିକ ପଢ଼ନ୍ତୁ
ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି । ଏପଟେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଜଧାନୀର ବିଭିନ୍ନ ସ୍ଥାନରେ ଆଜି ପ୍ରଚାର କରିଛନ୍ତି । ପୂର୍ବରୁ ସେ କଟକ ଓ ଅନ୍ୟ ସ୍ଥାନରେ ପ୍ରଚାର କରିଛନ୍ତି । ଆସନ୍ତା ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ପାଇଁ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ବିଜେଡି ସଭାପତି ତଥା ଦଳର ନବୀନ ପ୍ରଚାର ମୈଦାନକୁ ଆସିନାହାନ୍ତି । ପଞ୍ଚାୟତ ପରି ସେ ପୌର ନିର୍ବାଚନରେ ପ୍ରଚାର କରିବେ ନାହିଁ ବୋଲି ଜଣାପଡିଛି । ସେପଟେ ନବୀନ ପ୍ରଚାରକୁ ନ ଓହ୍ଲାଇବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ । ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, "ରାଜ୍ୟରେ ନବୀନ ବ୍ରାଣ୍ଡ । ନବୀନଙ୍କ ନାଁରେ ରହିଛି ଭୋଟ । ସେ ପ୍ରଚାର କରନ୍ତୁ ବା ନକରନ୍ତୁ । ତାଙ୍କ ନାଁରେ ନିର୍ବାଚନରେ ଭୋଟ ପାଆନ୍ତି ପ୍ରାର୍ଥୀ । ଭୋଟ ପାଇବା ପାଇଁ ନବୀନଙ୍କ ନାଁ ଯଥେଷ୍ଟ ବୋଲି କହିଛନ୍ତି ଅମର ।"
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ