ଓଡିଶା

odisha

ETV Bharat / city

ଚଳିତ ନିର୍ବାଚନ ପାଇଁ ପ୍ରସଙ୍ଗ ସ୍ପଷ୍ଟ କରୁନାହାଁନ୍ତି ନବୀନ: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ 30 ଦିନରୁ ଅଧିକ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ପ୍ରଚାର ଶେଷ ହେବାକୁ ବସିଲାଣି । ମାତ୍ର ଏଯର୍ପ୍ୟନ୍ତ କେଉଁ ପ୍ରସଙ୍ଗ ଉପରେ ବିଜେଡି ନିର୍ବାଚନ ଲଢୁଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲି ନାହାଁନ୍ଥିତି । କେବଳ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା, ତାଙ୍କ ପ୍ରତି ଅସୂୟାଭାବ ପ୍ରକାଶ କରିବା ଏବଂ କେନ୍ଦ୍ରୀୟ ଅବହେଳା ନାମରେ ନିଜର ଅପାରଗତାକୁ ଲୁଚାଇବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରର ପ୍ରସଙ୍ଗ ହୋଇଛି ବୋଲି 19 ବର୍ଷର ଶାସନ ଓ ନିର୍ବାଚନ ପ୍ରସଙ୍ଗ ସ୍ପଷ୍ଟ ନ କରିବା ମାମଲାରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By

Published : Apr 27, 2019, 3:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ 30 ଦିନରୁ ଅଧିକ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ପ୍ରଚାର ଶେଷ ହେବାକୁ ବସିଲାଣି । ମାତ୍ର ଏଯର୍ପ୍ୟନ୍ତ କେଉଁ ପ୍ରସଙ୍ଗ ଉପରେ ଦଳ ନିର୍ବାଚନ ଲଢୁଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାଁନ୍ଥିତି । କେବଳ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା, ତାଙ୍କ ପ୍ରତି ଅସୂୟାଭାବ ପ୍ରକାଶ କରିବା ଏବଂ କେନ୍ଦ୍ରୀୟ ଅବହେଳା ନାମରେ ନିଜର ଅପାରଗତାକୁ ଲୁଚାଇବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରର ପ୍ରସଙ୍ଗ ହୋଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 19 ବର୍ଷର ଶାସନ ଓ ନିର୍ବାଚନ ପ୍ରସଙ୍ଗ ସ୍ପଷ୍ଟ ନ କରିବା ମାମଲାରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଶାସନ ତଥା ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କଲେ ତାହାକୁ ଓଡିଆ ଲୋକଙ୍କ ଆଗରେ ଉପସ୍ଥାପିତ କରିବାକୁ ତାଙ୍କର ସତ୍ ସାହାସ ଓ ନୈତିକତା ନାହିଁ । ତେଣୁ କେବଳ ବିଜେପି ବିଷୟରେ ମନଗଢା କଥା ନିର୍ବାଚନ ପ୍ରଚାରରେ କହି ବୁଲୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦଳେ ନକଲି ଓଡିଆଙ୍କ ପରମର୍ଶରେ ଓଡିଆ ଲୋକଙ୍କୁ କିଛି ବି କହି ପାର୍ ହୋଇଯିବା କଥା ମୁଖ୍ୟମନ୍ତ୍ରୀ ଭାବୁଛନ୍ତି । ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର । ମିଛୁଆ ରାଧୁଆ ଗପ ଭଳି ନବୀନ ବାବୁଙ୍କ ବାରମ୍ବାର ମିଛ କହୁଛନ୍ତି । ଓଡିଆ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ମିଛ ଜାଣି ସାରିଲେଣି ଓ ତାଙ୍କ ସାଙ୍ଗରେ ଆଉ ଠିଆ ହେବେ ନାହିଁ ବୋଲି ସେ କହିଛନ୍ତି । ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡିଶାକୁ ନିର୍ବାଚନ ପ୍ରଚାରରେ ଆସୁଛନ୍ତି । ଯେଉଁଠି ଖଣି ମାଫିଆ ଓ ସାମ ପିଟ୍ରୋଡାଙ୍କ ଭଳି ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥି ତାର ଯୋଡାହୋଇ ଅଛି ସେ ଜାଗାକୁ ରାହୁଲ ଗାନ୍ଧି ପ୍ରଚାର କରିବାକୁ ଆସୁଛନ୍ତି । ଏଥିରୁ ନିର୍ବାଚନ ଶେଷ ପର୍ଯ୍ୟାୟରେ ରାହୁଲ ଗାନ୍ଧି ବିଜେଡି ଓ କଂଗ୍ରେସର ମିଳିତ ଖଣି ମାଫିଆ ଚୋରୀ ଓ ସାମ ପିଟ୍ରୋଡାଙ୍କ ପରି ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥି ସମ୍ପର୍କର ଆଧାର ସ୍ପଷ୍ଟ କରିଛନ୍ତି ବୋଲି କହିବା ସହ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବର ଭାବେ ବିଜେଡି ଓ କଂଗ୍ରେସ ନିର୍ବାଚନ ଲଢୁଛନ୍ତି, ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।

ଏହାଠୁ ବଡ ପ୍ରମାଣ କଣ ହୋଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍କୟ ହିଛନ୍ତି ଯେ, ଦେଶରେ ଅସ୍ଥିର ସରକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଭବିଷ୍ୟତବାଣୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏପ୍ରକାର ଭବିଷ୍ୟତବାଣୀ 2014ରେ କରିଥିଲେ ମଧ୍ୟ ଭାରତର ପରିପକ୍ବ ଗଣତନ୍ତ୍ର ନରେନ୍ଦ୍ର ମୋଦିଙ୍କୁ ବଡ ଦାୟିତ୍ବ ଓ ଅଧିକାର ଦେଲା । ଚଳିତ ଥର ମୋଦିଙ୍କୁ ପୂର୍ବପେକ୍ଷା ଆହୁରି ଅଧିକ ବଡ ଦାୟିତ୍ବ ମିଳିବ । ବିଶେଷ କରି ମୋଦିଙ୍କ ଉପରେ ଜନ ଆଶୀର୍ବାଦରେ ଓଡିଶାର ବଡ ଭୂମିକା ରହିବ । ତିନୋଟି ନିର୍ବାଚନ ପର୍ଯ୍ୟାୟରେ ଓଡିଶାର 3 କୋଟି 24 ଲକ୍ଷ ଲୋକ ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରୁଥିବା ବେଳେ ଶେଷ ବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କ ସହ ରହିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବିଶେଷତଃ କେନ୍ଦ୍ରାପଡା ଓ ବାଲେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଭୁତପୂର୍ବ ଜନସମର୍ଥନ ଦେଖାଯାଇଛି । ଓଡିଆ ଲୋକମାନେ ଏଥର ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରି ଓଡିଶାରେ ଡବଲ ଇଞ୍ଜିନର ସରକାର କରିବେ । ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ନରେନ୍ଦ୍ର ମୋଦିଙ୍କୁ ଓଡିଆ ଲୋକମାନେ ଚତୁର୍ଥ ପର୍ଯ୍ୟାୟରେ ଜନ ଆଶୀର୍ବାଦ କରିବେ । ଓଡିଶାରେ ମୋଦିଙ୍କ ନେତୃତ୍ବରେ ବିଜେପିର ବିପୁଳ ବିଜୟ ଲୋକସଭା ଓ ବିଧାନସଭାରେ ହେବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details