ଓଡିଶା

odisha

ETV Bharat / city

ନେତାଜୀ-ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ନେତା

ଆଜି ସାରା ଦେଶ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

ନବୀନ-ମୋଦି
ନବୀନ-ମୋଦି

By

Published : Jan 23, 2021, 10:19 AM IST

Updated : Jan 23, 2021, 12:52 PM IST

ଭୁବନେଶ୍ବର: ଆଜି ଓଡିଆ ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତ୍ରୀ । ଏହାସହ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ମଧ୍ୟ । ଏ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ସୁରେନ୍ଦ୍ର ସାଏଙ୍କ ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ଏହାସହ ସେ ନେତାଜୀଙ୍କ ଶ୍ରଦ୍ଧାଞ୍ଜଳି ଦେଇ ସେ ଲେଖିଛନ୍ତି, ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ସମସ୍ତଙ୍କ ନିକଟରେ ପ୍ରେରଣାଦାୟୀ । ନେତାଜୀଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ପରାକ୍ରମ ଦିବସ ପାଳନ ହେଉଥିବାରୁ ନବୀନ ପରାକ୍ରମ ଦିବସର ଶୁଭେଚ୍ଛା ଦେଇଛନ୍ତି ।

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ନେତାଜୀଙ୍କ ଜୟନ୍ତ୍ରୀ ଅବସରରେ ତାଙ୍କୁ ଶତ ନମସ୍କାର । ଦେଶକୁ ସ୍ବାଧୀନ କରିବାରେ ତାଙ୍କ ଯୋଗଦାନ ଓ ସମର୍ପଣ ସର୍ବଦା ମନେ ରହିବ’ । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ନୂଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟଠାରେ ପହଞ୍ଚିଛନ୍ତି । ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ଆଜାଦ ହିନ୍ଦ ଫୌଜର ସ୍ଥାପନା କରି ଦେଶର ଯୁବପିଢିଙ୍କ ମଧ୍ୟରେ କ୍ରାନ୍ତୀକାରୀ ଭାବନା ଜାଗ୍ରତ କରିଥିଲେ । ଏହାସହ ଦେଶକୁ ପରାଧୀନର ବେଡିରୁ ମୁକ୍ତ କରି ନିଜର ସର୍ବସ୍ବ ବାଜିରେ ଲଗାଇଦେଇଥିଲେ ନେତାଜୀ । ଏହାସହ ଧର୍ମେନ୍ଦ୍ର ବୀରପୁତ୍ର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଅନ୍ୟପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ଅସୀମ ସାହସ ଏବଂ ବୀରତ୍ବ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଯଥାର୍ଥ। ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଭାରତର ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ଦେଇଥିଲେ। ନେତାଜୀଙ୍କ ଦେଶ ପ୍ରେମ ଓ ତ୍ୟାଗ ଆମକୁ ସବୁବେଳେ ଉଦବୁଦ୍ଧ କରୁଥିବ ବୋଲି ରାଷ୍ଟ୍ରପତି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2021, 12:52 PM IST

ABOUT THE AUTHOR

...view details