ଓଡିଶା

odisha

By

Published : Nov 11, 2019, 8:06 PM IST

Updated : Nov 11, 2019, 8:25 PM IST

ETV Bharat / city

ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ ସହାୟତା, ନାଁରେ ଦିଆଯିବ ସମ୍ମାନ

ଅଙ୍ଗଦାନ କରି ୬ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିବା ସୁରଜ ସେଠୀଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ତାଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଅଙ୍ଗଦାନ କରିଥିବା ସୁରଜ ସେଠୀଙ୍କ ପରିବାରବର୍ଗଙ୍କୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପୁଅର ତ୍ୟାଗ ପାଇଁ ସୂରଜଙ୍କ ଘରଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଜମି, ଘର ଓ 5ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅଙ୍ଗଦାତା ସୁରଜଙ୍କ ନାଁରେ ଅଙ୍ଗଦାନ କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ଏକ ବାର୍ଷିକ ସମ୍ମାନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ଅକ୍ଟୋବର ୨୯ ତାରିଖରେ ସୂରଜ ସେଠୀ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ୍ୟୁପରେ ପରିବାର ପକ୍ଷରୁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ଦାନ କରାଯାଇଥିଲା । ଯେଉଁଥିପାଇଁ ୬ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚି ପାରିଥିଲା । ମୃତକ ସୁରଜଙ୍କ ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଅଧିନସ୍ଥ ଲାଲସିଂ ଅଞ୍ଚଳରେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 11, 2019, 8:25 PM IST

For All Latest Updates

TAGGED:

ABOUT THE AUTHOR

...view details