ଓଡିଶା

odisha

ETV Bharat / city

ଉତ୍ତରାଖଣ୍ଡରେ ହିମସ୍ଖଳନ ଘଟଣାରେ ନବୀନ-ଧର୍ମେନ୍ଦ୍ରଙ୍କ ଶୋକ ପ୍ରକାଶ - ଉତ୍ତରାଖଣ୍ଡରେ ହିମଶ୍ଖଳନ

ଉତ୍ତରାଖଣ୍ଡରେ ହିମସ୍ଖଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଖୋଜ ଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ହିମଶ୍ଖଳନ: ଶୋକ ବ୍ଯକ୍ତ କଲେ ନବୀନ-ଧର୍ମେନ୍ଦ୍ର
ଉତ୍ତରାଖଣ୍ଡରେ ହିମଶ୍ଖଳନ: ଶୋକ ବ୍ଯକ୍ତ କଲେ ନବୀନ-ଧର୍ମେନ୍ଦ୍ର

By

Published : Feb 7, 2021, 4:44 PM IST

ଭୁବନେଶ୍ବର: ଉତ୍ତରାଖଣ୍ଡରେ ହିମସ୍ଖଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଖୋଜ ଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୋର ଭାବନା ଏବଂ ପ୍ରାର୍ଥନା ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଅଛି ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ଦେବୋଭୂମିରେ ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ମହାପ୍ରଭୂ ଜଗନ୍ନାଥ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । l ତେବେ 9-10 ଟି ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ଆଇଟିବିପି, ଏନଡିଆରଏଫ୍, ଏସଡିଆରଏଫ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାର ରହିଛି । 250 ଜଣ ଆଇଟିବିପି କର୍ମଚାରୀ ଉପସ୍ଥିତ ଅଛନ୍ତି । ଏହାସହ ବାୟୁସେନାର 3ଟି ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଛି ।

ତପୋବନ ଡ୍ୟାମରୁ 16 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ଦେଇଛନ୍ତି ଡିଜିପି । ଏହାସହ ପାୱାର ପ୍ଲାଣ୍ଟ ପ୍ରୋଜେକ୍ଟରେ କାର୍ଯ୍ୟରତ ଥିବା 150 କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details