ଓଡିଶା

odisha

ETV Bharat / city

କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଗୀତ ସମର୍ପିତ କଲେ ନବୀନ - Corona Warriors

ବିଶ୍ବବାସୀ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢେଇ କରୁଥିବା ବେଳେ ଅନେକ ଏହାର ଶିକାର ହୋଇଛନ୍ତି ତ ଅନେକ ନିଜ ପ୍ରାଣ ହରାଇଛନ୍ତି । ଏମିତି ସ୍ଥିତିରେ ଏହି ଲଢେଇର ଆଗ ଧାଡିର ଯୋଦ୍ଧା ସାଜିଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ଓ ସଫେଇ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଗୀତ ସମର୍ପଣ କରାଯାଇଛି । 'ଗାଇବା ବନ୍ଦେ ବନ୍ଦେ, ଜିତିବା ସଙ୍ଗେ ସଙ୍ଗେ'ର ଏକ ସୁନ୍ଦର ଗୀତର ଭିଡିଓକୁ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

Naveen dedicated the song to the Corona Warriors
କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଗୀତ ସମର୍ପିତ କଲେ ନବୀନ

By

Published : Jun 28, 2020, 5:33 PM IST

ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନାର କହର ଜାରି ରହିଥିବା ବେଳେ ଲକ୍ଷାଧିକ ଲୋକ ଏହି ମହାମାରୀ କବଳରେ ଆଜି କବଳିତ । ଅନେକ ଲୋକ ଏଥିରେ ନିଜର ପ୍ରାଣ ମଧ୍ୟ ହରାଇଛନ୍ତି । ଏମିତି ସଙ୍କଟଜନକ ସ୍ଥିତିରେ ବିଶ୍ବବାସୀ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢେଇ କରୁଛନ୍ତି । ଆଉ ଏହି ଲଢେଇରେ ସଭିଏଁ ଆଗଧାଡିର ଯୋଦ୍ଧା ଥିବାବେଳେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ଓ ସଫେଇ କର୍ମଚାରୀ ଏହି ଯୁଦ୍ଧର ନେତୃତ୍ବ ନେଇ ମୈଦାନର ଆଗରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଏମାନଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ଗୀତ ସମର୍ପିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ 'ଗାଇବା ବନ୍ଦେ ବନ୍ଦେ, ଜିତିବା ସଙ୍ଗେ ସଙ୍ଗେ' ଗୀତର ଏକ ଭିଡିଓକୁ ସେୟାର କରିଛନ୍ତି ।

କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଗୀତ ସମର୍ପିତ କଲେ ନବୀନ

ଉକ୍ତ ଭିଡିଓର କ୍ୟାପସନରେ ଉଲ୍ଲେଖ ରହିଛି ଯେ, ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ । ସେମାନଙ୍କ ତ୍ୟାଗ ଅସୀମ । ଏହି ସୁନ୍ଦର ଗୀତକୁ ସେମାନଙ୍କ ପାଇଁ ଉତ୍ସର୍ଗ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଆହୁରି ମଧ୍ୟ ଲେଖାଅଛି ଯେ, ବର୍ତ୍ତମାନ ସମୟରେ ଆମ ଦାୟିତ୍ବବୋଧତା ଏବଂ ଏକତା ସମଗ୍ର ବିଶ୍ବକୁ ଦେଖାଇବାକୁ ପଡ଼ିବ । ଏ ଯୁଦ୍ଧ ଜିତିବା ପାଇଁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଜ ସ୍ତରରେ ସଚେତନ ଓ ଆତ୍ମ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ । ତାହା ହିଁ ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ ।

ପ୍ରକାଶଥାଉକି, ବର୍ତ୍ତମାନ ସୁଦ୍ଧା ଅନେକ କୋରୋନା ଯୋଦ୍ଧା ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଅନେକ ଏଥିରେ ନିଜ ପ୍ରାଣ ହରାଇଛନ୍ତି । ତଥାପି ନିଷ୍ଠାପର ଏବଂ କର୍ତ୍ତବ୍ୟ ପରାୟଣ ହୋଇ ବିନା ଭୟରେ ସେମାନେ ଦିନରାତି ନିଜ କାମ କରୁଛନ୍ତି । ଏହାସହ କୋରୋନାର ଅସ୍ତିତ୍ବକୁ ଲୋକଙ୍କ ଜୀବନରୁ ଏବଂ ଦେଶରୁ ହଟାଇବାକୁ ନିଜର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details