ଭୁବନେଶ୍ବର: ନବୀନ ସରକାରର ପଞ୍ଚମ ପାଳିର ତୃତୀୟ ବର୍ଷରେ ପଦାର୍ପଣ କରିଛି ବିଜେଡି ସରକାର । ଏହା ଭିତରେ ଅନେକ ଇତିହାସ ସୃଷ୍ଟି କରିଛି ବିଜେଡି । ନବୀନ କ୍ରେଜ ଏବେ ସୁଦ୍ଧା ବଳବତ୍ତର ରହିଛି । ନିଜର ଶାନ୍ତ ସ୍ଵଭାବ ନୀତି, କଠୋର ନିଷ୍ପତ୍ତି, ଦୁର୍ନୀତି ପ୍ରତି ଶୂନ ସହିଷ୍ଣୁତା ଆଚରଣ ପାଇଁ ସେ ବିରୋଧୀକୁ ଧରାଶାୟୀ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି ବିଜେଡିରେ ଗୁଞ୍ଜରିତ ହୁଏ । ଖାଲି ରାଜ୍ୟ ନୁହେଁ, ବିଭିନ୍ନ ସମୟରେ ଜାତୀୟ ରାଜନୀତିରେ ନବୀନ ମାଷ୍ଟର ଷ୍ଟ୍ରୋକ ଖେଳି ଅପ୍ରତିଦ୍ବନ୍ଦି ନେତା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ମାନେ ନିଜର କାର୍ଯ୍ୟ ଦ୍ୱାରା ସୁପରିଚିତ ଥିଲେ ।
ଆଉ କାମ କରିବନି ନବୀନ କ୍ରେଜ: ସୁର - ଆଉ କାମ କରିବନି ନବୀନ କ୍ରେଜ କହିଲେ ସୁର
ଆଉ ନବୀନ କରିସ୍ମା କାମ କରିବନି । ତୃତୀୟ ବର୍ଷ ହେଲା ଶେଷ ବର୍ଷ, ରାଜ୍ୟ ରାଜନୀତିରେ ମୋଡ ପରିବର୍ତ୍ତନ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ
ଆଉ କାମ କରିବନି ନବୀନ କ୍ରେଜ: ସୁର
ହେଲେ ଏହାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛି, ‘‘ଆଉ ନବୀନ କରିସ୍ମା କାମ କରିବନି । ତୃତୀୟ ବର୍ଷ ହେଲା ଶେଷ ବର୍ଷ, ରାଜ୍ୟ ରାଜନୀତିରେ ମୋଡ ପରିବର୍ତ୍ତନ ହେବ । ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରି ଶାସନ କ୍ଷମତାକୁ ଆସୁଥିଲେ ହେଲେ ଲୋକେ ଆଉ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ ।’’
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ