ଓଡିଶା

odisha

ETV Bharat / city

HSTDVର ସଫଳ ପରୀକ୍ଷଣ, ଡିଆରଡିଓକୁ ଅଭିନନ୍ଦନ ଜଣାଇଲେ ନବୀନ

ଏଚଏସଟିଡିଭିର ସଫଳ ପରୀକ୍ଷଣ ପାଇଁ ଡିଆରଡିଓରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଆକାଶମାର୍ଗରେ ଭାରତୀୟ ପ୍ରତିରକ୍ଷା ସାମର୍ଥ୍ୟକୁ ଏହା ଆହୁରି ସୁଦୃଢ କରିବ ବୋଲି ସେ ନିଜ ଟ୍ବିଟର ପେଜ୍‌ରେ ଲେଖିଛନ୍ତି ।

By

Published : Jun 12, 2019, 6:54 PM IST

ଫାଇଲ ଫଟୋ

ଭୁବନେଶ୍ବର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆରଡିଓ) ବୁଧବାର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି । ବାଲେଶ୍ବର ଜିଲ୍ଲାର ଧାମରାଠାରେ ଥିବା ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେହିକିଲ୍‌(ଏଚଏସଟିଡିଭି)ର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଆକାଶମାର୍ଗରେ ଭାରତୀୟ ପ୍ରତିରକ୍ଷା ସାମର୍ଥ୍ୟକୁ ଏହା ଆହୁରି ସୁଦୃଢ କରିବ ବୋଲି ସେ ନିଜ ଟ୍ବିଟର ପେଜ୍‌ରେ ଲେଖିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha


ଏଠାରେ ସୂଚନା ଯୋଗ୍ୟ ଯେ ଏହି ଏହି ଏଚଏସଟିଡିଭି ମିଶାଇଲ୍‌ ସମୁଦ୍ର ପତ୍ତନଠାରୁ ପ୍ରାୟ ୩୨ କିଲୋମିଟର ଉଚ୍ଚତାରୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିବାରେ ସଫଳ ହୋଇପାରିବ । ବୁଧବାର ସକାଳ ୧୧ଟା ୨୨ରେ ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ଏହାର ପରୀକ୍ଷଣ କରାଯାଇଛି ।

ABOUT THE AUTHOR

...view details