ଓଡିଶା

odisha

ETV Bharat / city

କର୍ମୀଙ୍କୁ ନବୀନଙ୍କ ଆହ୍ବାନ: ଜନ ସଚେତନତା ଅଭିଯାନ ପରିବର୍ତ୍ତେ ସମାଜିକ କାର୍ଯ୍ୟ କରିବ ଦଳ - ବିଜେଡିର ସମାଜ ସେବା ମିଶନ

ଜନ ସଚେତନତା ଅଭିଯାନ ପରିବର୍ତ୍ତେ ସମାଜିକ କାର୍ଯ୍ୟ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ଅଭିଯାନ। ଅଧିକ ପଢନ୍ତୁ...

କର୍ମୀଙ୍କୁ ନବୀନଙ୍କ ଆହ୍ବାନ; ଜନ ସଚେତନତା ଅଭିଯାନ ପରିବର୍ତ୍ତେ ସମାଜସେବା କରିବ ଦଳ
କର୍ମୀଙ୍କୁ ନବୀନଙ୍କ ଆହ୍ବାନ; ଜନ ସଚେତନତା ଅଭିଯାନ ପରିବର୍ତ୍ତେ ସମାଜସେବା କରିବ ଦଳ

By

Published : Sep 25, 2021, 10:38 PM IST

ଭୁବନେଶ୍ବର:ଗାନ୍ଧୀ ଜୟନ୍ତୀରୁ ଜନ ସଚେତନତା ଅଭିଯାନ ପରିବର୍ତ୍ତେ ବିଭିନ୍ନ ସମାଜିକ କାର୍ଯ୍ୟକ୍ରମ କରିବ ବିଜେଡି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଦଳ । ଅକ୍ଟୋବର 2ରୁ ନଭେମ୍ବର 2 ପର୍ଯ୍ୟନ୍ତ ବିଭିନ୍ନ ସମାଜିକ କାର୍ଯ୍ୟକ୍ରମ ଚାଲିବ । ଏ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇ ନବୀନ କହିଛନ୍ତି, ସାଢ଼େ ୪କୋଟି ଓଡ଼ିଶାବାସୀ ଆମର ପରିବାର । ବିଗତ ୨ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ସେମାନଙ୍କ ସେବାରେ ନିୟୋଜିତ ହୋଇ ପରିବାରର ସଦସ୍ୟ ଭଳି ସୁଖଦୁଃଖର ସାଥୀ ହୋଇ ଆସିଛେ । କୋଭିଡ଼ ମହାମାରୀର ଭୟାବହତା ସମୟରେ ଆପଣମାନେ ଅସୀମ ଦୃଢ଼ତା ପ୍ରତର୍ଶନ କରି ପ୍ରତ୍ୟେକ ଘରର ସଦସ୍ୟମାନଙ୍କ ନିକଟରେ ଠିଆ ହୋଇ ଧୈର୍ଯ୍ୟ ଓ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ।

ଏବେ ସେହି ସାମାଜିକ ପ୍ରତିବଦ୍ଧତାକୁ ଆଉ ପାଦେ ଆଗକୁ ନେବାର ଆବଶ୍ୟକତା ରହିଛି । ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର,ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ କର । ଏହା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ପାଇଁ ମଧ୍ୟ ନବୀନ ଆହ୍ବାନ ଦେଇଛନ୍ତି ।

ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଏବଂ ୧୧ ତାରିଖରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରିବ ଦଳ । ଏହା ସହିତ ଗାନ୍ଧୀ ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦଳର କର୍ମୀ, ବିଭିନ୍ନ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ କୋଭିଡ଼ ନିୟମ ପାଳନ ପୂର୍ବକ ଏକାଧିକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବେ । ସମାଜ ସେବା ମାଧ୍ୟମରେ ଶ୍ରମଦାନର ମହତ୍ବ ସହିତ ସ୍ଵଚ୍ଛତାର ବାର୍ତ୍ତା ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details