ଭୁବନେଶ୍ବର: ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତାଲିକାରେ ନବଜ୍ୟୋତି ଆଗରେ। ରାଜ୍ୟରେ ଅକାଳରେ ଦୁଇ ଜଣ ବିଧାୟକଙ୍କ ମୃତ୍ୟୁ ହୋଇଛି। ଫଳରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଏବେ ଫାଙ୍କା ପଡିଛି। ନିୟମ ଅନୁସାରେ ସେଠାରେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବ। ସେଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ପାଗ ଭିଡ଼ିଲେଣି । ହେଲେ ଏହି ପାଗ ଭିଡାରେ କଂଗ୍ରେସ ଆଗରେ ଥିବାର ଅନୁମାନ କରାଯାଉଛି।
କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ହେବେ ବାଲେଶ୍ଵର ସଦର ଉପନିର୍ବାଚନ ପ୍ରାର୍ଥୀ ! - ତାରା ବାହିନୀ ପତି
ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାଲିକାରେ ନବଜ୍ୟୋତି ପଟ୍ଟନାୟକ । ନବଜ୍ୟୋତିଙ୍କ ପଲା ଭାରିଥିବା କହିଲେ ଉପନିର୍ବାଚନ ଦାୟିତ୍ବରେ ଥିବା ତାରାବାହିନୀ ପତି । ଅଧିକ ପଢ଼ନ୍ତୁ...
ଏହାର କାରଣ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଏବେ ସାମ୍ନାକୁ ଆସିଛି। ଏହା ଖୋଦ ଉପନିର୍ବାଚନ ଦାୟିତ୍ବରେ ଥିବା ତାରା ବାହିନୀପତି କହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ନବ ଜ୍ୟୋତି ପଟ୍ଟନାୟକ ସାଂସଦ ପ୍ରାର୍ଥୀ ଭାବେ ବାଲେଶ୍ବର ଲୋକସଭାରୁ ଲଢ଼ିଥିଲେ। ତେଣୁ ସମସ୍ତଙ୍କର ପ୍ରଥମ ପସନ୍ଦ ନବଜ୍ୟୋତି ପଟ୍ଟନାୟକ ବୋଲି ତାରା କହିଛନ୍ତି। ଆଉ ମଧ୍ୟ ସେ କହିଛନ୍ତି ସେଠାକାର ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲାର କିଛି ନେତା ଆସି ନବଜ୍ୟୋତିଙ୍କୁ ପ୍ରାର୍ଥୀ କରିବାକୁ ତାଙ୍କୁ ମତ ଦେଇଛନ୍ତି। ସେ ବିଧାୟକ ପ୍ରାର୍ଥୀ ହେଲେ ବିଜେଡି ଓ ବିଜେପିକୁ କଡା ଟକ୍କର ଦେଇ ପାରିବ କଂଗ୍ରେସ। ଏହି ବିଷୟରେ ସେ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି। ଏହାସହ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ