ଓଡିଶା

odisha

ETV Bharat / city

ଆଜି ଜାତୀୟ ଭୋଟର ଦିବସ, ଗଣତନ୍ତ୍ର ପାଇଁ ଭୋଟର ସାକ୍ଷରତା ଜରୁରୀ - ,every citizen is VIP

ଆଜି ଜାତୀୟ ଭୋଟର ଦିବସ। ଭାରତର ବିଶେଷତ୍ବ ହେଲା ବିଭିଧତା ଭିତରେ ଏକତା ଅର୍ଥାତ 'ୟୁନିଟି ଇଜ ଡାଇଭରସିଟି'। ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତରେ ସାଧାରଣ ନାଗରିକ ଭୂମିକା ଗୁରୁତ୍ବପୂର୍ଣ୍ଣ। ଅଧିକ ଖବର ପଢନ୍ତୁ...

national voters day
ଆଜି ଜାତୀୟ ଭୋଟର ଦିବସ, ଗଣତନ୍ତ୍ର ପାଇଁ ଭୋଟର ସାକ୍ଷରତା ଜରୁରୀ

By

Published : Jan 25, 2020, 2:38 PM IST


ଭୁବନେଶ୍ବର: ଆଜି ଜାତୀୟ ଭୋଟର ଦିବସ। ଭାରତର ବିଶେଷତ୍ବ ହେଲା ବିଭିଧତା ଭିତରେ ଏକତା ଅର୍ଥାତ 'ୟୁନିଟି ଇଜ ଡାଇଭରସିଟି'। ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତରେ ସାଧାରଣ ନାଗରିକ ଭୂମିକା ଗୁରୁତ୍ବପୂର୍ଣ୍ଣ । ଖବରକାଗଜ ବିକୁଥିବା ପିଲା ବି ରାଷ୍ଟ୍ରପତି ହୋଇପାରେ, ଚା ବିକୁଥିବା ପିଲା ବି ପ୍ରଧାନମନ୍ତ୍ରୀ ହୋଇପାରେ , ଦେଶର ପ୍ରତ୍ୟେକ ନାଗରିକ ଭିଆଇପି ଆଣ୍ଡ ଇମ୍ପୋଟାଣ୍ଟ ପର୍ଶନ।

ଆଜି ଜାତୀୟ ଭୋଟର ଦିବସ, ଗଣତନ୍ତ୍ର ପାଇଁ ଭୋଟର ସାକ୍ଷରତା ଜରୁରୀ

ଭାରତର ଭାଷା, ବେଶ ଭୂଷା ମହାନ । ଭାରତୀୟ ସମ୍ବିଧାନରେ ସମସ୍ତଙ୍କ ବିଶେଷ ଅଧିକାର ରହିଛି, ପ୍ରତ୍ୟେକ ଭୋଟରର ଭୂମିକା ଗୁରୁତ୍ବପୂର୍ଣ୍ଣ। ଶନିବାର ଭୁବନେଶ୍ବରରେ ୧୦ ମ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏହା କହିଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଭାରତୀୟ ସମ୍ବିଧାନ ଦେଶ ଗଠନ ଲାଗି ପ୍ରତ୍ୟେକ ଭୋଟର ମତଦାନକୁ ବିଶେଷ ଗୁରୁତ୍ବ ଦେଇଛି । ବିଶେଷକରି ନୂତନ ଭୋଟରମାନେ ସଚେତନ ହେବାର ଆବଶ୍ୟକତା ରହିଛି। ମତଦାନ ନେଇ ନିଜର ସ୍ବାଧୀନତାକୁ ସଠିକ ଉପଯୋଗ କରିବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି।

ସୁଦୃଢ ଗଣତନ୍ତ୍ର ପାଇଁ ଭୋଟର ସାକ୍ଷରତା ଜରୁରୀ । ଏହାଦ୍ବାରା ଗଣତନ୍ତ୍ର ମଜବୁତ ହୁଏ । ଚଳିତ ବର୍ଷ ଜାତୀୟ ଭୋଟର ଦିବସର ଥିମ ଅଛି, ପ୍ରତ୍ୟେକ ନାଗରିକ ନିଜର ବିଶେଷ ଭୂମିକା ବିଷୟରେ ସଚେତନ ହେବା ଦରକାର। ପ୍ରତ୍ୟେକ ବର୍ଷ ଜାନୁଆରୀ ୨୫ କୁ ଜାତୀୟ ଭୋଟର ଦିବସ ଭାବେ ପାଳନ କରାଯାଉଛି। ଯୁବବର୍ଗ ନିଜର ମତଦାନ ବିଷୟରେ ଯଥେଷ୍ଟ ଅବଗତ ରହିଲେ ଗଣତନ୍ତ୍ର ଆହୁରି ମଜବୁତ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି।

ପ୍ରଥମକରି ସେ ମତଦାନ ସାବ୍ୟସ୍ତ କରିବାର ଅଧିକାର ପାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଦେଶ ଗଠନରେ ଆମର ଭୂମିକା ରହିବ,ଗଣତନ୍ତ୍ରର ସୁରକ୍ଷା ,ମୂଲ୍ୟବୋଧ ରକ୍ଷା କରିବାରେ ଆମର ସହଭାଗିତା ରହିବ ବୋଲି ନୂତନ ଭୋଟର ଭୁବନେଶ୍ବର ଆରଡି ମହିଳା ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ କୋମଲ ହୋତା କହିଛନ୍ତି।

ରାଜ୍ୟରେ ପ୍ରଥମକରି ଭୋଟର ହୋଇଥିବା ଯୁବ ନାଗରିକଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟପାଳ। ବିଭିନ୍ନ ସ୍କୁଲ କଲେଜରେ ଜାତୀୟ ଭୋଟର ଦିବସ ନେଇ ବକୃତାମାଳାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।


ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details