ଭୁବନେଶ୍ବର: ସ୍ଥାନୀୟ ଆଦିବାସୀ ମେଳା ପରିସରରେ ଶୁକ୍ରବାର 10ମ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଉଦଘାଟିତ ହୋଇଛି । ଓଡିଶା ସମେତ 9ଟି ରାଜ୍ୟର ନୃତ୍ୟଶିଳ୍ପୀ ଏଥିରେ ଭାଗ ନେଇଛନ୍ତି । ଏଥିରେ 32 ପ୍ରକାର ନୃତ୍ୟ ପରିବେଷଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମୁଖ୍ୟ ପରାମର୍ଶଦାତା ଅଖିଳ ବିହାରୀ ଓତା । 3 ଦିନ ଏହି ମେଳାର ଆୟୋଜନ ହେବ ।
ରାଜଧାନୀରେ ଆଦିବାସୀଙ୍କ ସମାଗମ ସାଙ୍ଗକୁ ସେମାନଙ୍କ ଗାଁ ଗଣ୍ଡାର ନିଚ୍ଛକ ପ୍ରତିରୂପ ରାଜଧାନିବାସୀଙ୍କୁ ବେଶ ଆକୃଷ୍ଟ କରୁଛି । ଆଉ ତା ସହିତ ସେମାନଙ୍କ ପରମ୍ପରା ଓ ସଂସ୍କୃତିର ଅପୂର୍ବ ମିଳନରେ ଝଙ୍କୃତ ହେଉଛି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ୟୁନିଟ 3 ଅଞ୍ଚଳର ପ୍ରଦର୍ଶନୀ ପଡିଆ ।