ଓଡିଶା

odisha

ETV Bharat / city

ଜାନୁଆରୀରେ ହେବ ଜାତୀୟ ତୋଷାଳି ମେଳା - ତୋଷାଳି ମେଳା

ଚଳିତ ମାସରେ ଆୟୋଜିତ ହେବ 15ତମ ଜାତୀୟ ତୋଷାଳି ମେଳା । ବିଭାଗୀୟ ମନ୍ତ୍ରୀ ଦେଲେ ସୂଚନା । ଅଧିକ ପଢନ୍ତୁ...

National Toshali Fair will be held in January
ଜାନୁଆରୀରେ ହେବ ଜାତୀୟ ତୋଷାଳି ମେଳା

By

Published : Jan 6, 2021, 9:44 PM IST

ଭୁବନେଶ୍ବର :କୋରୋନା ମହାମାରୀ ପରେ ରାଜ୍ୟରେ ଆୟୋଜନ ହେବାକୁ ଯାଉଛି ଜାତୀୟସ୍ତରୀୟ ତୋଷାଳି ମେଳା । ଯେଉଁଥି ପାଇଁ ବିଭାଗୀୟ ପ୍ରସ୍ତୁତି ହେବା ସହ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଅବସରରେ ପ୍ରତି ବର୍ଷ ଡିସେମ୍ବର ମାସ 15 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ମେଳାକୁ ସଂକ୍ରମଣ ପାଇଁ ବନ୍ଦ ରଖାଯାଇଥିଲା।

ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଥିବାବେଳେ ଚଳିତ ଜାନୁୟାରୀରେ ଏହାର ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। କୋଭିଡ଼ ସମୟରେ ବୁଣାକାର ଓ ଶିଳ୍ପୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କର ଉତ୍ପାଦଗୁଡ଼ିକର ବିକ୍ରି ନିମନ୍ତେ ଜାନୁଆରୀ ମାସରେ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆୟୋଜନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details