ଓଡିଶା

odisha

ETV Bharat / city

ମାର୍ଚ୍ଚ ପହିଲାରୁ ଜାତୀୟ ନାଟକ ମହୋତ୍ସବ 'ପୂର୍ବରଙ୍ଗ' - ବିଭିନ୍ନ ସ୍ଥାନରୁ ନାଟକ ପରିବେଷଣ

ମାର୍ଚ୍ଚ 1 ରୁ 5ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଜାତୀୟ ନାଟକ ମହୋତ୍ସବ 'ପୂର୍ବରଙ୍ଗ'। ଏହି ଅବସରରେ ପ୍ରତିଦିନର ନାଟକ ପରିବେଷଣ ପରଦିନ ପୂର୍ବାହ୍ନରେ ଏକ ନାଟ୍ୟ ଆଲୋଚନା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

rabindra mandap
ଜାତୀୟ ନାଟକ ମହୋତ୍ସବ 'ପୂର୍ବରଙ୍ଗ'

By

Published : Feb 28, 2020, 8:53 PM IST

ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପ ଠାରେ ମାର୍ଚ୍ଚ 1 ରୁ 5ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଜାତୀୟ ନାଟକ ମହୋତ୍ସବ 'ପୂର୍ବରଙ୍ଗ'। ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଛାବଛା ଅନୁଷ୍ଠାନମାନ ବିବିଧ ଭାଷାଭାଷୀ ନାଟକ ପରିବେଷଣ କରିବେ ।

ଜାତୀୟ ନାଟକ ମହୋତ୍ସବ 'ପୂର୍ବରଙ୍ଗ'

ଏହି ଅବସରରେ ପ୍ରତିଦିନର ନାଟକ ପରିବେଷଣ ପରଦିନ ପୂର୍ବାହ୍ନରେ ଏକ ନାଟ୍ୟ ଆଲୋଚନା ଅନୁଷ୍ଠିତ ହେବ। ଯାହାଦ୍ବାରା ବିଭିନ୍ନ ସ୍ଥାନରୁ ନାଟକ ପରିବେଷଣ ପାଇଁ ଆସିଥିବା ଅନୁଷ୍ଠାନ ସହିତ ଆମ ରାଜ୍ୟର କଳାକାର, ନାଟ୍ୟକାର ଓ ଏହା ସହିତ ଜଡିତ ଲୋକମାନେ ମତ ବିନିମୟର ସୁଯୋଗ ପାଇବେ ।

ଯାହା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେବ। ଏହାସହ ଓଡିଶା ନାଟ୍ୟସଙ୍ଘ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ସହଯୋଗରେ ଏହା ଷଷ୍ଠବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପ୍ରକାଶ କରିଛନ୍ତି।

ଏହି ଅବସରରେ ପରିବେଷିତ ହେବାକୁ ଥିବା ନାଟକ ମାନ ଯଥା ନାଗମଣ୍ଡଳ(ଓଡ଼ିଆ), ଜାଲିଆନାୱାଲାବାଗ(ହିନ୍ଦୀ), ଟିଟାସ ଏକଟି ନଦୀର ନାମ(ବଙ୍ଗଳା), କିନୁ କୋଉ(ଅସମୀୟା) ଏବଂ ଶକୁନ୍ତଳା (ହିନ୍ଦୀ)ଭାଷାରେ ନାଟକ ପରିବେଷଣ ହେବ ବୋଲି ଏଜେଡ ସିସିର ସଦସ୍ୟ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details