ଓଡିଶା

odisha

ETV Bharat / city

ଜାତୀୟ ସଫେଇ କମିଶନଙ୍କ ସମୀକ୍ଷା ବୈଠକ, ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ କ୍ଷୁବ୍ଧ - national safei commission

ଭୁବନେଶ୍ବର ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ ଜାତୀୟ ସଫେଇ କର୍ମଚାରୀ କମିଶନ କ୍ଷୁବ୍ଧ। ସମସ୍ୟାର ସମାଧାନ ପାଇଁ ବିଏମସି ପ୍ରଶାସନ କାହିଁକି ପଦକ୍ଷେପ ନେଇନି ସେ ନେଇ ପ୍ରଶ୍ନ କରିଛନ୍ତି ଜାତୀୟ ସଫେଇ କର୍ମଚାରୀ କମିଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 6, 2019, 10:42 AM IST

ଭୁବନେଶ୍ବର: ଭୁବନେଶ୍ବର ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ ଜାତୀୟ ସଫେଇ କର୍ମଚାରୀ କମିଶନ କ୍ଷୁବ୍ଧ। ସ୍ମାର୍ଟସିଟିକୁ ସଫା ସୁତୁରା ରଖୁଥିବା ସଫେଇ କର୍ମଚାରୀଙ୍କ ଆର୍ଥିକ, ପାରିବାରିକ ଏବଂ ସାମାଜିକ ସ୍ଥିତି କାହିଁକି ଦୁର୍ବଳ ଏବଂ ବିଏମସି ପ୍ରଶାସନ କାହିଁକି ପଦକ୍ଷେପ ନେଇନି ସେ ନେଇ ପ୍ରଶ୍ନ କରିଛନ୍ତି ଜାତୀୟ ସଫେଇ କର୍ମଚାରୀ କମିଶନ। ମଙ୍ଗଳବାର ବିଏମସିରେ ସମୀକ୍ଷା ବୈଠକ ଅବସରରେ ଦିଲ୍ଲୀରୁ ଆସିଥିବା ଜାତୀୟ ସଫେଇ କର୍ମଚାରୀ କମିଶନଙ୍କ 3 ଜଣିଆ ଟିମ୍‌ ଏନେଇ ଆଲୋଚନା କରିଛନ୍ତି ।

ବିଭିନ୍ନ ସମସ୍ୟା ଭିତରେ ଗତି କରୁଛନ୍ତି ସ୍ମାର୍ଟସିଟିର ସଫେଇ କର୍ମଚାରୀ। ସହରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ପ୍ରାୟ 5 ହଜାର ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେମାନଙ୍କ ମଧ୍ୟରୁ 4 ହଜାରରୁ ଅଧିକ କର୍ମଚାରୀ ଠିକା ଭାବେ ନିଯୁକ୍ତି ପାଇଛନ୍ତି। ଏମାନେ କାମ କଲେ ଦରମା ନକଲେ ଦରମା କଟା ହେଉଛି ବୋଲି ଜାତୀୟ ସଫେଇ କମିଶନ ଆଗରେ ଅଭିଯୋଗ ହୋଇଛି।

ଜାତୀୟ ସଫେଇ କମିଶନଙ୍କ ସମୀକ୍ଷା ବୈଠକ, ସଫେଇ କର୍ମଚାରୀଙ୍କ ସମସ୍ୟା ନେଇ କ୍ଷୁବ୍ଧ

ଅନ୍ୟପଟେ ସଫେଇ କର୍ମଚାରୀ ବର୍ଷା ଦିନେ ଭୋଗୁଥିବା ସମସ୍ୟା ସହିତ ଗର୍ଭବତୀ ସମୟରେ ମହିଳା ସଫେଇ କର୍ମଚାରୀଙ୍କୁ ଛୁଟି ମିଳୁନି ବଂର ସେମାନଙ୍କୁ ଚାକିରୀରୁ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି। ଯାହା ଶୁଣିବା ପରେ ଜାତୀୟ କମିଶନ ଚିନ୍ତା ପ୍ରକଟ କରିଥିବା ବେଳେ ଆଗକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଖୋଦ କମିଶନ ଅଧ୍ୟକ୍ଷ ମନୋହର ଭାଲଜି ଭାଇ ଜାଲା। ତୁରନ୍ତ ସଫେଇ କର୍ମଚାରୀଙ୍କ ସମସ୍ୟା ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।

ଶେଷରେ ସଫେଇ କର୍ମଚାରୀ ରହୁଥିବା ବାପୁଜୀ ନଗର କେଦାରପଲ୍ଲୀ ଯାଇ ସଫେଇ କର୍ମଚାରୀଙ୍କ ଝୁମ୍ପୁଡି ଘର, ପାଣି, ବିଜୁଳି ସୁବିଧାର ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନା ଥାଉକି, ଜାତୀୟ ସଫେଇ କର୍ମଚାରୀ କମିଶନଙ୍କ 3 ଜଣିଆ ଟିମ୍‌ 5ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details