ଓଡିଶା

odisha

ETV Bharat / city

ବାଇକରେ ବୁଲିଲେ ଟ୍ରାଫିକ ଡିସିପି, ସହରବାସୀଙ୍କୁ ଦେଲେ ସେଫ୍ଟି ଟିପ୍ସ - Awarness programme by commissionerate police

ସଡକ ସୁରକ୍ଷା ଦିବସରେ ଟ୍ରାଫିକ ଡିସିପିଙ୍କ ନିଆରା ପଦକ୍ଷେପ । ହେଲମେଟ ପିନ୍ଧି ମହିଳା ବାଇକ ରାଲି ଜରିଆରେ ସହରବାସୀଙ୍କୁ ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

bhubaneswar
ବାଇକରେ ବୁଲିଲେ ଟ୍ରାଫିକ ଡିସିପି, ସହରବାସୀଙ୍କୁ ଦେଲେ ସେଫଟି ଟିପ୍ସ

By

Published : Jan 11, 2020, 5:31 PM IST

ଭୁବନେଶ୍ବର: ସଡକ ସୁରକ୍ଷା ଦିବସରେ ଟ୍ରାଫିକ ଡିସିପିଙ୍କ ନିଆରା ପଦକ୍ଷେପ । ହେଲମେଟ ପିନ୍ଧି ମହିଳା ବାଇକ ରାଲି ଜରିଆରେ ସହରବାସୀଙ୍କୁ ସଚେତନ କରିଛନ୍ତି। ୩୧ତମ ଜାତୀୟ ସଡକ ସୁରକ୍ଷା ଦିବସ ଅବସରରେ ଏଭଳି ପଦକ୍ଷେପ ନେଇଛି କମିଶନରେଟ ପୋଲିସ । ଏଜି ଛକ ଟ୍ରାଫିକ ଥାନାରୁ ଏକ ବିଶାଳ ବାଇକ ରାଲିରେ ମହିଳାମାନେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଛନ୍ତି ।

ବାଇକରେ ବୁଲିଲେ ଟ୍ରାଫିକ ଡିସିପି, ସହରବାସୀଙ୍କୁ ଦେଲେ ସେଫଟି ଟିପ୍ସ

ହେଲମେଟ ପିନ୍ଧି ଗାଡିଚାଳନା, ମଦ୍ୟପାନ କରି କି ମୋବାଇଲ ବ୍ୟବହାର କରି ଗାଡି ନ ଚଳାଇବାକୁ ସହରବାସୀଙ୍କୁ ଦେଇଥିଲେ ବାର୍ତ୍ତା । ଏହି ଅବସରରେ କିଛି ସାମାଜିକ ସଂଗଠନ ୩ଟି ବାଇକ କମିଶନରେଟ ପୋଲିସକୁ ପ୍ରଦାନ ସହ ରୋଡ ସେଫଟି ପାଇଁ ହାତ ବଢାଇଛନ୍ତି । ସେହିପରି ଏଭଳି ସଚେତନତା ସପ୍ତାହ ଆସନ୍ତା ୭ଦିନ ଧରି ସହରର ବିଭିନ୍ନ ଗଳିକନ୍ଦିରେ କରାଯିବ । ଲୋକଙ୍କୁ ବିଭିନ୍ନ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details