ଓଡିଶା

odisha

ETV Bharat / city

ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ - National Press Day celebration in many parts of odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ଆୟୋଜିତ ହୋଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Nov 16, 2019, 2:48 PM IST

Updated : Nov 16, 2019, 6:49 PM IST

ଭୁବନେଶ୍ବର: ଆଜି ପାଳିତ ହୋଇଛି ଜାତୀୟ ପ୍ରେସ ଦିବସ । 1966 ମସିହା ନଭେମ୍ବର 16 ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପ୍ରତିଷ୍ଠା ଦିବସକୁ ସାରା ଦେଶରେ ପ୍ରେସ ଦିବସ ଭାବେ ପାଳନ କରାଯାଏ । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜାତୀୟ ପ୍ରେସ ଦିବସ ରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ସୂଚନା ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିବା ସହ ସମାଜ ପାଇଁ ସାମ୍ବାଦିକ ଓ ସମ୍ବାଦପତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଉଲ୍ଲେଖ କରିଛନ୍ତି। ସାମ୍ବାଦିକ କିପରି ସମାଜର ହିତ ପାଇଁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତାଙ୍କ କାର୍ଯ୍ୟ ଜାରି ରଖିଥାନ୍ତି ଓ ସେମାନଙ୍କର ଉନ୍ନତି ପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରୁଥିବା ମନ୍ତ୍ରୀ ଦାସ କହିଛନ୍ତି। ସେହିପରି ବିଭାଗୀୟ ଶାସନ ସଚିବ ଏସକେ ସିଂ ସରକାରଙ୍କ 5 ‘ଟି’ ଅନ୍ତର୍ଗତ ସମ୍ବାଦ ଓ ସାମ୍ବାଦିକଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି । ବିଗତ ଦିନର ସମ୍ବାଦପତ୍ରକୁ ପରବର୍ତ୍ତୀ ପୀଢ଼ିଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ପାଇଁ ଏହାର ଡିଜିଟାଇଜେସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ବର୍ଷରେ ଏହି ପ୍ରଦର୍ଶନୀକୁ କିପରି ଆହୁରି ବଡ଼ ଭାବେ କରାଯାଇ ପାରିବ ସେ ନେଇ ଦୃଷ୍ଟି ଦିଆଯାଇଥିବା ମଧ୍ୟ କହିଛନ୍ତି ସଚିବ । ଏହି ପ୍ରଦର୍ଶନୀରେ ବର୍ତ୍ତମାନ ତଥା ବହୁବର୍ଷ ପୂର୍ବରୁ ପ୍ରଚଳିତ 200ରୁ ଊର୍ଦ୍ଧ୍ବ ଦୈନିକ, ମାସିକ, ସାପ୍ତାହିକ ଓ ବାର୍ଷିକ ସମ୍ବାଦପତ୍ର ପ୍ରଦର୍ଶନ କରାଯାଇଛି ।

ଅନୁଗୋଳ: ଜିଲ୍ଲା ପ୍ରଶାସନ ଓ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଏହି ଅବସରରେ "ସମ୍ବାଦ ପରିବେଷଣ ବିଶ୍ଳେଷଣର ଯାତ୍ରା " ସମ୍ପର୍କରେ ଏଠାରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ସେହିଭଳି ସ୍ଥାନୀୟ କଳାକେନ୍ଦ୍ର ଠାରେ ମଧ୍ୟ ପ୍ରେସ ଦିବସ ପାଳିତ ହୋଇଛି ।

ଯାଜପୁର: ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଳିଙ୍ଗନଗର ଟାଟା ଷ୍ଟିଲ କର୍ପୋରେଟ ହେଡ ଆର.ଆର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ । ଏଥିରେ ବ୍ୟାସନଗର ପ୍ରେସ ଫୋରମର ସମସ୍ତ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।

ରାଇରଙ୍ଗପୁର:ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗ ଦେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅଞ୍ଚଳର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ଅବସରରେ ରାଇରଙ୍ଗପୁର ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀ ଉପସ୍ଥିତ ଥିଲେ ।

ମାଲକାନଗିରି: ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଏହି ଅବସରରେ ସଂଘ ତରଫରୁ ଆତ୍ମ ସମର୍ପଣକାରୀ ମାଓ ସମର୍ଥକ ଓ ସହରର ବୁଦ୍ଧିଜୀବୀଙ୍କୁ ନେଇ ସ୍ବଚ୍ଛ ଭାରତ ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଡ଼. ଗୁଣନିଧି ନାୟକ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମ ପ୍ରସାଦ ନାଗ ସାମିଲ ହୋଇଥିଲେ ।

ନବରଙ୍ଗପୁର:ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲା ମିଡ଼ିଆ ଉନ୍ନୟନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଓୟୁଜେ ଶାଖା ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତିନ କୁସଲକର ବିଶିଷ୍ଟ ଅତିଥି ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଦିବସରେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଓ ଖବରକାଗଜ ବିକ୍ରେତା ମାନଙ୍କୁ ଓୟୁଜେ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 16, 2019, 6:49 PM IST

ABOUT THE AUTHOR

...view details