ଭୁବନେଶ୍ବର: ବର୍ତ୍ତମାନର ଆଧୁନିକତା ଭିତରେ ମଣିଷତ୍ୱ ହଜିଯିବା ସହ ଜନ୍ମ କରିଥିବା ମାତାପିତାଙ୍କୁ ବି ପର କରିଦେଉଛନ୍ତି ସନ୍ତାନ । ସେ ସହରୀ ଚାକଚକ୍ୟ ହଉ କି ଗାଁ କଥା ସବୁଠାରେ ଅବସ୍ଥା ସମାନ। ଏପରି ସ୍ଥିତିରେ ପିତା ମାତାଙ୍କ ପ୍ରତି ସନ୍ତାନଙ୍କ କର୍ତ୍ତବ୍ୟକୁ ହୃଦବୋଧ କାରାଇବାକୁ ଏକ ଘରୋଇ ଫାଉଣ୍ଡେସନ ପକ୍ଷରୁ ଜୟଦେବ ଭବନରେ ପାଳିତ ହୋଇଛି ଜାତୀୟ ମାତୃପିତୃ ଦିବସ । କିଭଳି ଛୋଟ ସମୟ ରୁ ହିଁ ପିଲା ମାନେ ମାଆ ବାପା ଙ୍କୁ ଭଗବାନ ବୋଲି ମାନିବେ ତାହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସାଜିଥିଲା।
ମାତା ପିତାଙ୍କ ଚରଣେ ସ୍ବର୍ଗ - ମାତା ପିତା
ଭୁବନେଶ୍ବର ଜୟଦେବ ଭବନରେ ଏକ ଘରୋଇ ଫାଉଣ୍ଡେସନ ପକ୍ଷରୁ ପାଳନ ହୋଇଛି ଜାତୀୟ ମାତୃପିତୃ ଦିବସ । ଫୁଲ ଚନ୍ଦନ ଦେଇ ପିତା ମାତାଙ୍କୁ ବନ୍ଦାପନା ସହିତ ଆଶୀର୍ବାଦ ନେଇଛନ୍ତି ସନ୍ତାନ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ସ୍ରଷ୍ଟା ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସନ୍ତାନ । ଫୁଲ ଚନ୍ଦନ ଦେଇ ବାପା ମାଆଙ୍କୁ ବନ୍ଦାପନା ପରେ ନେଇଛନ୍ତି ଆଶୀର୍ବାଦ । ପରିବେଶ ଥିଲା ବେଶ ଭାବ ଗମ୍ଭୀର ଓ ଆନନ୍ଦମୟ । ଉଗ୍ର ଆଧୁନିକତାର ଅନ୍ଧ ଅନୁସରଣ ଯୁଗରେ ମାତୃପିତୃ ଦିବସ, କିନ୍ତୁ ପ୍ରମାଣିତ କରୁଥିଲା ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନତା ଓ ଅନନ୍ୟ ପଣିଆ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ