ଓଡିଶା

odisha

ETV Bharat / city

ଉଦଘାଟିତ ହେଲା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା - National level handloom mela starts in BBSR

ରାଜଧାନୀ ପ୍ରଦର୍ଶନୀ ପଡିଆରେ ଉଦଘାଟିତ ହୋଇଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

handloom mela
ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା

By

Published : Jan 27, 2020, 6:24 AM IST

ଭୁବନେଶ୍ବର: ରାଜଧାନୀରେ ଉଦଘାଟିତ ହୋଇଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ପ୍ରଦର୍ଶନୀ ପଡିଆରେ ଏହି ହସ୍ତତନ୍ତ ମେଳା ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି ଜାତୀୟ ହସ୍ତତନ୍ତ ମେଳାର ଶୁଭ ଉଦଘାଟନ କରିଛନ୍ତି । 2020 ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ 100ଟି ଷ୍ଟଲରୁ ରାଜ୍ୟର 25ଟି ଓ ଅନ୍ୟ ରାଜ୍ୟରୁ 75ଟି ଷ୍ଟଲ ହୋଇଛି ।

ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା

3 ଟି ସର୍ବାଧିକ କାରବାର କରିଥିବା ଓ 75 ବର୍ଷ ପୂର୍ତ୍ତୀ କରିଥିବା ତାନ୍ତବାୟ ସମିତିକୁ ସମ୍ବର୍ଦ୍ଧନା କରାଯାଇଛି । ଆନ୍ତା ଫେବୃୟାରୀ 23 ତାରିଖ ପର୍ଯ୍ୟନ୍ତ ଏହି ହସ୍ତତନ୍ତ ମେଳା ଚାଲିବ । ଏହି ମେଳାରେ ରାଜ୍ୟର ବିଭିନ୍ନ ତନ୍ତବାୟ ସମିତିର ଷ୍ଟଲ ସହ ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ହରିୟାନାରୁ ଆସିଥିବା ବିଭିନ୍ନ ହସ୍ତତନ୍ତ ପ୍ରସ୍ତୁତ ବସ୍ତ୍ର ପ୍ରଦର୍ଶିତ ହେବ । ତେବେ ଚଳିତ ବର୍ଷ 15 କୋଟିରୁ ଅଧିକ ଟଙ୍କାର କାରବାର ଆଶା ରଖିଛି ହସ୍ତତନ୍ତ ଓ ବୟନଶିଳ୍ପ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details