ଓଡିଶା

odisha

ETV Bharat / city

ପୁସ୍ତକ ବିନା ବଞ୍ଚିବା ଅସମ୍ଭବ - ରାଜ୍ୟ ସ୍ତରୀୟ ପୁସ୍ତକ ଉତ୍ସବ

ସବୁ କିଛି ନ ହେଲେ ବଞ୍ଚିବା ସମ୍ଭବ କିନ୍ତୁ ପୁସ୍ତକ ବିନା ବଞ୍ଚିବା ଅସମ୍ଭବ । କାରଣ ପୁସ୍ତକ ଆମକୁ ଜୀବନରେ ଚାରି ପ୍ରକାର ଉନ୍ନତି ସାଧନରେ ସହାୟକ ହୋଇଥାଏ । ଅଧିକ ଖବର ପଢନ୍ତୁ...

ପୁସ୍ତକ ବିନା ବଞ୍ଚିବା ଅସମ୍ଭବ
ପୁସ୍ତକ ବିନା ବଞ୍ଚିବା ଅସମ୍ଭବ

By

Published : Dec 16, 2019, 2:32 PM IST

ଭୁବନେଶ୍ବର: ସବୁ କିଛି ନ ହେଲେ ବଞ୍ଚିବା ସମ୍ଭବ କିନ୍ତୁ ପୁସ୍ତକ ବିନା ବଞ୍ଚିବା ଅସମ୍ଭବ । କାରଣ ପୁସ୍ତକ ଆମକୁ ଜୀବନରେ ଚାରି ପ୍ରକାର ଉନ୍ନତି ସାଧନରେ ସହାୟକ ହୋଇଥାଏ । ଯାହାକି ବହୁତ ପୁରୁଣା ଯୁଗରୁ ଚାଲି ଆସିଛି । ଯେମିତିକି ଦୈନନ୍ଦିନ ଜୀବନକୁ କିପରି ବଞ୍ଚିବାକୁ ହୁଏ ଅର୍ଥାତ ମ୍ୟାନେଜନେଣ୍ଟ ଯାହା ମହାଭାରତରେ ସୂଚାରୁ ରୂପେ ବର୍ଣ୍ଣନା ହୋଇଛି । ସେହିପରି ଆମର କାହା ସହିତ କିପରି ସମ୍ବନ୍ଧ ରହିବା ଦରକାର ଅର୍ଥାତ ରିଲେସନସିପ ଯାହା ରାମାୟଣରେ ବର୍ଣ୍ଣିତ ।

ପୁସ୍ତକ ବିନା ବଞ୍ଚିବା ଅସମ୍ଭବ

ଏହା ବାଦ ବ୍ୟକ୍ତିର ନିର୍ମାଣ ଅର୍ଥାତ ଟ୍ରାନ୍ସଫରମେସନ ଏବଂ ନେତା ନିର୍ମାଣ ଅର୍ଥାତ ଲିଡରସିପ କଥା ଯାହାକି ଯୋଗ ବୈଶିଷ୍ଟ୍ୟ ଓ ଚାଣକ୍ୟ ନୀତିରେ ବର୍ଣ୍ଣିତ ହୋଇଛି । ଆଉ ଯାହାକୁ ପାଥେୟ କରି ସାରା ବିଶ୍ବର ଲୋକମାନେ ଭାରତ ପ୍ରତି ଆକୃଷ୍ଟ ହୋଇ ତାକୁ ନିଜ ଜୀବନରେ ବ୍ରତ ଭାବେ ପାଳନ କରି ଏହିଠାରେ ଭାରତୀୟ ନିଜକୁ ହଜାଇ ଦେଇଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

2ୟ ଅକ୍ଷର ରାଜ୍ୟ ସ୍ତରୀୟ ପୁସ୍ତକ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠକ ପାଠିକା ଖାସ କରି ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକରୁ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ରାଜ୍ୟପାଳ ଅନେକ ଲେଖକ ଓ ଲେଖିକାଙ୍କ ପୁସ୍ତକ ଉନ୍ମୋଚନ କରିବା ସହିତ ସାରସ୍ବତ ସାଧକ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଉତ୍ସବରେ ଅନ୍ୟମାନଙ୍କ ବହୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ସାହିତ୍ୟିକ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ପୁସ୍ତକ ମେଳାରେ ଏଥର ଅନ୍ୟଭାଷାର ପୁସ୍ତକ ଅପେକ୍ଷା ଓଡ଼ିଆ ଭାଷାର ପୁସ୍ତକ ଅଧିକ ବିକ୍ରି ହୋଇଥିବା ବେଳେ ଯୁବପିଢ଼ିର ପାଠକ ପାଠିକା ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଉପନ୍ୟାସ,ଗଳ୍ପ,ରହସ୍ୟ ଓ ରୋମାଞ୍ଚ ଏବଂ ବୈଷୟିକ ସାହିତ୍ୟ ପ୍ରତି ଅଧିକ ରୁଚି ଦେଖାଇଥିବା କହିଛନ୍ତି ଆୟୋଜକ କମିଟିର ସଦସ୍ୟ ରେଣୁକା ମିଶ୍ର ।

ଆଗାମୀ ବର୍ଷ କୁ ଏହାକୁ ଆହୁରି ବୃହତ୍ତର କରିବା ସହ ଦିଲ୍ଲୀ ଓ କୋଲକାତା ଭଳି ବଡ଼ ଆକାର କରିବା ପାଇଁ ସରକାର ଚେଷ୍ଟିତ ବୋଲି ମନ୍ତ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details