ଭୁବନେଶ୍ବର : ମଙ୍ଗଳବାର ଦେଶରେ କୃଷକ ସଙ୍ଗଠନମାନେ କୃଷି ଆଇନ ବିରୁଦ୍ଧରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ସଫଳ କରିବା ପାଇଁ ଚାଷୀଙ୍କୁ ସମର୍ଥନ ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
‘ଭାରତ ବନ୍ଦ’ କୁ ସହଯୋଗ କରିବାକୁ ଅପିଲ କଲା ମଜଦୁର କଂଗ୍ରେସ - Bharat Bandh:
ଦେଶରେ କୃଷକ ସଙ୍ଗଠନମାନେ କୃଷି ଆଇନ ବିରୁଦ୍ଧରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ସଫଳ କରିବା ପାଇଁ ଚାଷୀଙ୍କୁ ସମର୍ଥନ ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଅଧିକ ପଢନ୍ତୁ ..
5 ତାରିଖରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମାନେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୁନଶ୍ଚ ଡିସେମ୍ବର 6 ରେ ସମସ୍ତ ଚାଷୀ ସଙ୍ଗଠନ ଓ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନଙ୍କର ଏକ ମିଳିତ ବୈଠକ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖା କାର୍ଯ୍ୟାଳୟରେ ବସି ଏହି ଭାରତ ବନ୍ଦ ଆନ୍ଦୋଳନକୁ ଓଡ଼ିଶାରେ ସଂପୂର୍ଣ୍ଣ ସହଯୋଗ ଓ ସମର୍ଥନ କରି ସଫଳ କରିବା ପାଇଁ ନିଷ୍ପତି ନିଆଯାଇଛି ।
ଗୋଟିଏ ସମୟରେ ଆମକୁ ନିଜର ରାଜ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହରିତ ବିପ୍ଳବ ଓ ଲାଲାବାହାଦୁର ଶାସ୍ତ୍ରୀଙ୍କର ଜୟ ଜବାନ, ଜୟ କିଶାନ ନାରା ଭାରତ ବର୍ଷରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଫଳରେ ଆଜି ଆମ ଦେଶରେ ବହୁ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ୍ ଅଛି । ସେଥିପାଇଁ ଚାଷୀମାନେ ଧନ୍ୟବାଦ ପାତ୍ର, ମାତ୍ର ମୋଦୀ ସରକାର ଚାଷୀମାନଙ୍କର ଦାବୀକୁ ଗ୍ରହଣ ନ କରି ସଂସଦରେ ୩ଟି ଚାଷୀ ବିରୋଧ ଆଇନ ବିନା ଆଲୋଚନାରେ ପାସ୍ କରିଛନ୍ତି । ଏଣୁ ଏହି ଚାଷୀ ଆନ୍ଦୋଳନ ଓ ଆସନ୍ତା କାଲି ସମସ୍ତ ବିରୋଧିଦଳ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମର୍ଥନ କରୁଛି । ଏଣୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଏହି ଆନ୍ଦୋଳନ ସଫଳ ପାଇଁ ନିବେଦନ କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ