ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜାତୀୟ ସଂହତି ଶିବିର ଉଦଘାଟିତ

ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ଠାରେ ଜାତୀୟ ସଂହତି ଶିବିର ଉଦଘାଟିତ। ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ଉଦଘାଟନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 2, 2019, 3:15 PM IST

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ଠାରେ ଜାତୀୟ ସଂହତି ଶିବିର ଉଦଘାଟିତ ହୋଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଶିଷ୍ଟ ଗାନ୍ଧୀ ଚିନ୍ତକ ଅମରନାଥ ଭାଇ ଓ ପ୍ରେରଣା ଦେଶାଇ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ଗାନ୍ଧୀ ବିଚାର ଓ ଅହିଂସାର ଆଵଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗାନ୍ଧୀଙ୍କ ଉପରେ ରଚିତ ପୁସ୍ତକ ସମେତ ବୈଷ୍ଣବ ଜନତୋ ଗୀତର ସଙ୍ଗୀତ ସିଡିକୁ ଉନ୍ମୋଚନ କରିଥିଲେ। ଗାନ୍ଧୀଙ୍କ ଜୀବନୀ ଉପରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲିବା ସହିତ ଉତ୍କଳ ପ୍ରସଙ୍ଗର ସ୍ବତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଗାନ୍ଧୀଙ୍କ ଅହିଂସା ନୀତି ଓ ସଂଗ୍ରାମ ପାଇଁ ଦେଶ ସ୍ବାଧୀନତା ହାସଲ କରିଛି । କିନ୍ତୁ ଏବେ ଦେଶରେ ଅହିଂସା ବଦଳରେ ହିଂସାର ବାତାବରଣ ବୃଦ୍ଧି ପାଉଥିବା ଲକ୍ଷ କରାଯାଉଛି। ତେଣୁ ଆମ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଜଣାଇଥିଲେ। ତେଣୁ ତାକୁ ସମର୍ଥନ କରିବା ସହିତ ଗାନ୍ଧିଜୀଙ୍କ ବିଚାର ଧାରା ସେତେବେଳେ ଥିଲା ଏବେ ଅଛି ଓ ଭବିଷ୍ୟତରେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ଠାରେ ଆୟୋଜିତ ଜାତୀୟ ସଂହତି ଶିବିର ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ଏହି ଅବସରରେ ସାରା ଓଡିଶାରୁ ଏକ ଲକ୍ଷ ଦସ୍ତଖତ ସମ୍ବଳିତ ପୁସ୍ତିକାକୁ ରାଜ୍ୟ ସ୍ବାଧୀନତା ସଂଗ୍ରାମ ସମିତିର ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଯାହାକୁ ସେ ରାଷ୍ଟ୍ରପତିଙ୍କୁ ପ୍ରଦାନ ପୂର୍ବକ ଏହା କୁ ଭାରତ ସରକାର କାର୍ଯ୍ୟକାରୀ କରିବାକୁ ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details