ଭୁବନେଶ୍ବର: ମହାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କୁ ଦିଆଗଲା ରାଷ୍ଟ୍ରୀୟ ସମ୍ମାନ । ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଦିଆଗଲା ସମ୍ମାନ । ପତ୍ନୀ ତନ୍ଦ୍ରା ରାୟଙ୍କ ସମେତ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ରାଇ ମୋହନ ପରିଡ଼ା, ଅଭିନେତ୍ରୀ ଅନୁ ଚୌଧୁରୀ ଓ ଅନ୍ୟାନ୍ୟ ଅଭିନେତା ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଜୟଙ୍କ ମର ଶରୀର ପହଁଞ୍ଚିବା ପରେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । ବିଜୟଙ୍କ ବିୟୋଗରେ ସମସ୍ତ କଳାକାର ଭାବ ବିହ୍ବଳ ହୋଇଥିଲେ । ଅଭିନେତା ସିଦ୍ଧାନ୍ତ କହିଛନ୍ତି, ବିଜୟ ମହାନ୍ତି ଜଣେ ଅନୁଷ୍ଠାନ ଥିଲେ ସେ ଚାଲିଯିବା ପରେ ସେ ଶୂନ୍ୟସ୍ଥାନ ଆଉ କେବେ ପୂରଣ ହୋଇ ପାରିବ ନାହିଁ ।