ଓଡିଶା

odisha

ETV Bharat / city

ଟୋକିଓରେ ରଖିଲେ ଟେକ, ହକିର ନୂଆ ନାୟକ ‘ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର’ ଅମିତ - ଅମିତ ରୋହିଦାସଙ୍କ ପ୍ରଶଂସା

ଜାତୀୟ ପୁରୁଷ ହକି ଦଳ ଅଲମ୍ପିକ ପୋଡିୟମ ଫିନିସ୍ କରିବାରେ ଓଡ଼ିଆ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର ଅମିତ ରୋହିଦାସ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି । ଯାହା ଫଳରେ ପଦକ ବିଜୟୀ ହେବା ଦ୍ବାରଦେଶରେ ପହଞ୍ଚି ପାରିଥିଲା ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

national hockey team defender amit rohidas played a vital role to clinch bronze medal in tokyo olympics
ଜାତୀୟ ହକି ଦଳର କବଚ, ଡିଫେଣ୍ଡର ଅମିତ ରୋହିଦାସ

By

Published : Aug 5, 2021, 9:04 PM IST

ଭୁବନେଶ୍ବର:ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ୪ ଦଶନ୍ଧି ପରେ ଅଲମ୍ପିକ ପଦକ ହାସଲ କରିଛି ଜାତୀୟ ପୁରୁଷ ହକି ଦଳ । ଅଲମ୍ପିକ ପୋଡିୟମ ଫିନିସ୍ କରିବାରେ ଓଡ଼ିଆ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର ଅମିତ ରୋହିଦାସ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ଯାହା ଫଳରେ ପଦକ ବିଜୟୀ ହେବା ଦ୍ବାରଦେଶରେ ପହଞ୍ଚି ପାରିଥିଲା ଭାରତୀୟ ଦଳ ।

ଅଲମ୍ପିକ ପଦକ ବିଜୟ ଯାତ୍ରା ବେଳେ ଅନେକ ବିପକ୍ଷ ଦଳର ପେନାଲ୍ଟି କର୍ଣ୍ଣରକୁ ଭଣ୍ଡୁର କରିଥିଲେ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର ଅମିତ ରୋହିଦାସ । କାଂସ୍ୟ ପଦକ ପାଇଁ ଜର୍ମାନୀ ଦଳ ଭାରତୀୟ ଡିଫେନ୍ସର ଜବରଦସ୍ତ ପରୀକ୍ଷା ନେଇଥିଲେ । ଯେଉଁ ପରୀକ୍ଷାରେ ପାସ ହୋଇଛି ଭାରତ । କାଂସ୍ୟ ପଦକ ମ୍ୟାଚରେ ଜର୍ମାନୀ ୧-୦ରେ ଆଗୁଆ ରହିଥିଲା । ମ୍ୟାଚର ୧୨ତମ ମିନିଟରେ ଜୋହାନ୍ସ ଗ୍ରୋସେ ଭାରତକୁ ଏକ ଗୋଲ ଦେବାକୁ ପ୍ରୟାସ କରିଥିଲେ । ଏଥିରେ ଅସଫଳ ହେବା ପରେ ପୁନଃ ହୁଟର ବାଜିବା କ୍ଷଣି ଅର୍ଥାତ୍ ୧୫ତମ ମିନିଟରେ ପେନାଲ୍ଟି କର୍ଣ୍ଣର ଲାଭ କରିଥିଲା ଜର୍ମାନୀ । କିନ୍ତୁ ବିପକ୍ଷର ଦଳର ସଟକୁ ବାରମ୍ବାର ବ୍ଲକ କରି ଦେଇଥିଲେ ଅମିତ।

ଟୋକିଓରେ ରଖିଲେ ଟେକ, ହକିର ନୂଆ ନାୟକ ‘ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର’ ଅମିତ

ଜର୍ମାନୀର ହକି ତାରକା ଲୁକାସ ୱେଣ୍ଡିଫେଡରଙ୍କ ସମସ୍ତ ଫ୍ଲିକର ଜବାବ ଦେଇଥିଲେ ଅମିତ । ଭାରତୀୟ ଡିଫେନ୍ସକୁ ଭେଦ କରିବାକୁ ଜର୍ମାନୀକୁ ମଧ୍ୟ କଡ଼ା ପରୀକ୍ଷା ଦେବାକୁ ପଡ଼ିଥିଲା । ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତୀୟ ଦଳ ଆବଶ୍ୟକରୁ ଅଧିକ ପେନାଲ୍ଟି କର୍ଣ୍ଣର ଦେଇ ବିପକ୍ଷ ଦଳକୁ ସୁଯୋଗ ଦେଇଥିଲା । କିନ୍ତୁ ପ୍ରତି ମ୍ୟାଚରେ ଗୋଲକିପର ଶ୍ରୀଜେଶ ପିଆରଙ୍କ ସାମ୍ନାରେ ଅମିତ ରୋହିଦାସଙ୍କୁ କବଚ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲା ବିପକ୍ଷ ଦଳ ।

୧୫୦ରୁ ୧୬୦ କିମି ବେଗରେ ମରା ଯାଇଥିବା ସଟ୍ ଦେହରେ ଖାଇ ମଧ୍ୟ କେବେ କ୍ଲାନ୍ତ ହୋଇନଥିଲେ ଅମିତ । ଏଭଳି କାର୍ଯ୍ୟ ସେ ଥରେ ନୁହେଁ ବାରମ୍ବାର କରି ଦେଖାଇଥିଲେ । ସେମିଫାଇନାଲ ମ୍ୟାଚରେ ଭାରତ ପରାଜିତ ହୋଇଥିଲା ସତ, କିନ୍ତୁ ଗୋଲ ପୋଷ୍ଟ ଆଗରେ ଛିଡ଼ା ହୋଇ ଅମିତ ରୋହିଦାସଙ୍କ ଦେହରେ ୧୫ରୁ ଅଧିକ ଧର ବଲ ବାଜିଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳି ପର୍ଯ୍ୟନ୍ତ ଅମିତଙ୍କ ପ୍ରଶଂସା ନକରି ରହି ପାରୁନାହାନ୍ତି ।

୨୦୦୪ ମସିହାରେ ରାଉରକେଲାର ପାନପୋଷ ସ୍ପୋର୍ଟସ ହଷ୍ଟେଲରୁ ଅମିତଙ୍କ ହକି ଯାତ୍ରା ଆରମ୍ଭ ହୋଇଥିଲା । ଉତ୍ତମ ସ୍ବାସ୍ଥ୍ୟ ଓ ଚାପ ନେବାର ସାମର୍ଥ୍ୟ ଯୋଗୁଁ ଅମିତଙ୍କୁ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡିଂ ପୋଜିସନରେ ଖେଳିବାକୁ କହିଥିଲେ କୋଚ୍ । ସେତେବେଳେ ଅମିତ ଜଣେ ଉତ୍ତମ ଡିଫେଣ୍ଡର ହେବେ ବୋଲି ଆଶ୍ବସନା ଦେଇଥିଲେ କୋଚ୍ ଯାହା ଆଜି ସତ ପ୍ରମାଣିତ ହୋଇଛି । ହକି ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ନାମ ଲେଖାଇଛନ୍ତି ଅମିତ ରୋହିଦାସ ।

ବ୍ୟୁରୋ ରିୋପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details